centurian jitm

ମାଁ ବସ୍ତ୍ରେନ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ଉଦଘାଟନୀ ମ୍ୟାଚର ଝରଣୀ ଓ ମନିଗାଁ ଦଳ ବିଜୟୀ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ତୁରେକେଲା ବ୍ଲକ କରୁଆମୁଣ୍ଡା ପଂଚାୟତର ସର୍ଗୁଲ ଗ୍ରାମରେ ଆଜି ମାଁ ବସ୍ତ୍ରେନ୍‌ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଭୋଦେବ ବନଛୋର, ତ୍ରିଲୋଚନ ନାଏକ, ଭଜମନ ବେହେରା, ପୁନ୍ୟ ନାଏକ, ଯଶୋବନ୍ତ ବଉକ, ପରମାନନ୍ଦ ମାଝୀ, ବୁଦ୍ଧିସାଗର ବଉକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ଖେଳଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ଉଦଘାଟନୀ ଉତ୍ସବର ପ୍ରଥମ ରାଉଣ୍ଡରେ ଚଟୁଅନକା ଓ ଝରଣୀ ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ଝରଣୀ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ମନିଗାଁ ଓ ଗୁଡିଘାଟ ଦଳ ମଧ୍ୟରେ ମ୍ୟାଚ୍‌ ହୋଇଥିବା ବେଳେ ମନିଗାଁ ଦଳ ବିଜୟୀ ହୋଇଥିଲା । ରେଫରୀ ବିବତ୍ସ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ମନିଷ କୁମାର ମାଝୀ ସହ ଯୋଗ କରିଥିଲେ । କୃପାସିନ୍ଧୁ ନାଏକ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟୀର ଉତ୍ତମ କୁମାର ନାଏକ, ବନମାଲି ବନଛୋର, ପ୍ରମୋଦ ବେହେରା, କୁନୁ ରାଉତ, ଚମ୍ପେଶ୍ୱର ଭୋଇ, ଭବେଶ ନାଏକ, ବସୁଦେବ ପରାଭୋଇ, ଦୟାସାଗର ପୋଡ, ବ୍ରଜ ଭୋଇ, ବନମାଲି ପରାଭୋଇ ପ୍ରମୁଖଙ୍କ ସମେତ କମିଟୀର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲ

Leave A Reply

Your email address will not be published.

error: Content is protected !!