
ପ୍ରଥମ ଦିନିକିଆ : କୁଲ୍-ଚା ଯୋଡ଼ିର କମାଲ ପରେ ଧାୱନଙ୍କ ଅଧିନାୟକ ପାଳି ଓ କିଷନ, ପୃଥ୍ଵୀଙ୍କ ବିସ୍ପୋରକ ବ୍ୟାଟିଂ ଯୋଗୁଁ ଏକତରଫାରେ ଜିତିଲା ଭାରତ

କଲମ୍ବୋ : ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ସଫଳତାର ସହିତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ଶ୍ରୀଲଙ୍କା ଗସ୍ତରେ ପ୍ରଥମ ମ୍ୟାଚରେ ଭାରତର ସଫଳତା ଭରା ବୋଲିଂ କୁଲ୍-ଚା ଯୋଡିର କମାଲ ପରେ ଅଧିନାୟକ ଶିଖର ଧୱନ୍ (ଅପରାଜିତ ୮୬ ରନ୍, ୯୫ ବଲ, ୬ ଚୌକା ଓ ୧ ଛକା), ଯୁବ କ୍ରିକେଟର ଈଷନ କିଷନ (୫୯ ରନ୍) ଓ ପୃଥ୍ୱୀ ସ(୪୩ ରନ୍)’ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରି ୧-୦ ରେ ଆଗୁଆ ରହିଛି । ଏହାସହ ବିସ୍ପୋରକ ପାଳି ଯୋଗୁଁ ପୃଥ୍ବୀ ଶ’ ଆଜି ଖେଳର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି । ଭାରତ ୨ୟ ଇନିଂସରେ ୨୬୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ପୃଥ୍ୱୀ ସ’ ଏବଂ ଶିଖର ଧ୍ୱାଓନ ଭାରତର ପାଳି ଆରମ୍ଭ କରି ପ୍ରଥମ ୱିକେଟରେ ୫୮ ରନ୍ ସଂଗ୍ରହ କରିଥିଲେ । ପୃଥ୍ୱୀ ଆଉଟ୍ ହୋଇ ପାଭଲିଅନ୍ ଫେରିବା ପୂର୍ବରୁ ୪୩ ରନ୍ ସଂଗ୍ରହ କରିଥିଲେ । ପୃଥ୍ୱୀ ଆଉଟ୍ ହେବା ପରେ ଈଷନ କିଷନ ବ୍ୟାଟିଂ କରିବାକୁ ଆସି ୪୨ଟି ବଲର ସମ୍ମୁଖୀନ ହୋଇ ୮ଟି ଚୌକା ଓ ୨ଟି ଛକା ବଳରେ ୫୯ରନ୍ ସଂଗ୍ରହ କରିଥିଲେ । ସେ ଆଉଟ୍ ହେବା ପରେ ମନୀଷ ପାଣ୍ଡେ ବ୍ୟାଟିଂ କରିବାକୁ ଆସି ୨୬ ରନ୍ କରିଥିଲେ । ତାଙ୍କ ପରେ ଆସି ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍ କରିଥିଲେ । ଟିମ୍ ୩୬.୪ ଓଭରରେ ୩ଟି ୱିକେଟ ହରାଇ ୨୬୩ ରନ୍ ସଂଗ୍ରହ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା । ସୂଚନା ଯୋଗ୍ୟ ଯେ, ଅଭିଶିକା ଫର୍ଣ୍ଣାଡୋଜ୍ ଓ ମିନୋଦ୍ ଭାନୁକା ଶ୍ରୀଲଙ୍କାର ଇନିଂସ ଆରମ୍ଭ କରିଥିଲେ । ଅଭିଶିକା ଫର୍ଣ୍ଣାଡୋଜ୍ ୩୫ଟି ବଲ୍ ଖେଳି ୩୨ ରନ୍ ସଂଗ୍ରହ କରିଥିଲେ । ସେ ୟୁଜବେନ୍ଦ୍ର ଚହଲଙ୍କ ବଲରେ ମନୀଷ ପାଣ୍ଡେଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ । ସେହିପରି ମିନୋଦ ୪୪ଟି ବଲ ଖେଳି ୨୭ ରନ କରି କୁଳଦୀପ ଯାଦବଙ୍କ ବଲ ପୃଥ୍ୱୀ ସ’ଙ୍କୁ କ୍ୟାଚ ଦେଇ ପାଭଲିଅନକୁ ଫେରିଥିଲେ । ଚାମିକା କରୁଣାରତ୍ନେ ୩୫ଟି ବଲ ଖେଳି ସର୍ବାଧିକ ୪୩ଞ୍ଚ ରନ୍ ଯୋଡ଼ିଥିଲେ । ସେହିପରି ଚରିଥ ଆସଲଙ୍କାଙ୍କ ୩୮ ରନ୍, ଦାସୁନ ଶନଙ୍କାଙ୍କ ୩୯ ରନ୍ ଓ ଭାନୁକା ରାଜପକ୍ଷେଙ୍କ ୨୪ ରନ୍ ବଳରେ ଶ୍ରୀଲଙ୍କାର ସ୍କୋର ୨୬୨ ରନରେ ପହଂଚିଥିଲା । ଭାରତ ପକ୍ଷରୁ ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।