ବୁଢ଼ାରଜା କ୍ରିକେଟ ଉଦଯାପିତ : ଭୂତମୁଣ୍ଡାକୁ ହରାଇ ନୂଆପଡ଼ା ଚମ୍ପିୟାନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଭୂତମୁଣ୍ଡା ସ୍ପୋର୍ଟସ କ୍ଳବ ଓ ଗ୍ରାମ୍ୟ କମିଟି ପକ୍ଷରୁ ଚାଲିଥିବା ପ୍ରଥମ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଆୟୋଜକ ଭୂତମୁଣ୍ଡା ଦଳକୁ ହରାଇ ନୂଆପଡ଼ା ଚମ୍ପିୟାନ ହୋଇଛି । ଭୂତମୁଣ୍ଡା ଦଳ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ‌ୱିକେଟ ହରାଇ ୯୯ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ପପୁ ମାଝୀ ୨୮, ଜୟକାନ୍ତ ମାଝୀ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ୧୮ ରନ ଲେଖାଏଁ କରିଥିଲେ । ୧୦୦ ରନ ବିଜୟ ଲକ୍ଷ୍ୟ ନେଇ ନୂଆପଡ଼ା ଦଳ ୫ ‌ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ । ଦଳ ପକ୍ଷରୁ ରିତେଶ ପଟ୍ଟନାୟକ ସର୍ବାଧିକ ୩୫ ରନ କରିଥିଲେ । ରାଜେଶ ସାହୁ ଓ ଶଶିକାନ୍ତ ସାହୁ ଖେଳ ପରିଚାଳନା କରିଥିଲେ । କୈଳାଶ ମାଝୀ, ତୁଲାରାମ ପଟେଲ ଓ ଟୁକୁ ମହାନ୍ତି ସ୍କୋରର ଥିବା ବେଳେ ପ୍ରହ୍ଳାଲାଦ ଭୋଇ ଓ ସନ୍ତୋଷ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ କମିଟି ସଭାପତି ସୁବାସ ଚନ୍ଦ୍ର ମହାନ୍ତି ଓ ଗ୍ରାମ୍ୟ କମିଟି ସମ୍ପାଦକ ଲବ ପଟେଲ, ଜଗଦୀଶ ଚନ୍ଦ୍ର ନାୟକ,ସତାର ମାଝୀ, ବାଲମୁକୁନ୍ଦ ପ୍ରଧାନ, ପାଣି ପଞ୍ଚାୟତ ସଭାପତି ମଧୁସୂଦନ ସାହୁ, ସାମ୍ବାଦିକ ସୌମ୍ୟରଞ୍ଜନ ମାଝୀ, ଗିରିଶ ଚନ୍ଦ୍ର ମାଝୀ, ଆୟୋଜକ ସଭାପତି ଚକ୍ରଧର ପ୍ରଧାନ ଓ ସମ୍ପାଦକ ଜୟକାନ୍ତ ମାଝୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ନଗଦ ୧୦,୦୦୦ ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହ ନଗଦ ୬,୦୦୦ ଟଙ୍କା ଦେଇ ପୁରସ୍କୃତ କରିଥିଲେ । ନୂଆପଡ଼ା ଦଳର ରିତେଶ ପଟ୍ଟନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଭୂତମୁଣ୍ଡା ଦଳର ଜୟକାନ୍ତ ମାଝୀଙ୍କୁ ମ୍ୟାନ ଅଫ ଦି ସିରିଜ ପ୍ରଦାନ କରିଥିଲେ । ସନ୍ତୋଷ ପଣ୍ଡା ସଭାପତି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଅଜିତ ପ୍ରଧାନ, ବିନୋଦ ବିହାରୀ ପଟେଲ, ଭରତ ଧରୁଆ, ସରଜୁ ବାରିକ, ଦିଲ୍ଲିପ ବଢେଇ, ଯୋଗିନ୍ଦ୍ର ପୁଟା, ସୁମନ୍ତ ବିଶ୍ୱାଳ, ଶୁଶିଲ ବିଶ୍ୱାଳ, ଯଦୁମଣି ମାଝୀ, ଅମିୟ ପ୍ରଧାନ, ଆଶିଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ଅଜିତ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.