ls

ବାଙ୍ଗାଲୋରର ବିଜୟ ରଥ ବଜାୟ : ରାଜସ୍ଥାନକୁ ୧୦ ୱିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ବାଙ୍ଗାଲୋର

sb
  • ପାଡ଼ିକଲଙ୍କ ବିସ୍ପୋରକ ଶକତ : ଆଇପିଏଲରେ ୬ହଜାର ରନ୍ କ୍ଲବରେ କୋହଲି ପ୍ରଥମ
    ମୁମ୍ବାଇ : ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ନିଜର ଅପରାଜେୟ ମାନ୍ୟତା ବଜାୟ ରଖିଛି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳ ୧୦ ଓ୍ବିକେଟରେ ବିଜୟୀ ହୋଇଛି । ରାଜସ୍ଥାନ ପକ୍ଷରୁ ୧୭୮ ରନର ଏକ ଲଢୁଆ ଲକ୍ଷ୍ୟ ରଖାଯ଼ାଇଥିଲେ ମଧ୍ୟ ଦେବୀଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ଶତକ ବାଙ୍ଗାଲୋରକୁ ଏକ ସହଜ ବିଜୟ ପ୍ରଦାନ କରିଥିଲା । ପଡ଼ିକଲ ୧୦୧ ଓ ବିରାଟ କୋହଲି ୭୨ ରନ କରିଥିଲେ । ଆଜି ବାଙ୍ଗାଲୋର ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ମାତ୍ର ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ଓପନର ଜସ ବଟଲର ଓ ମନନ ବୋରା ଯଥାକ୍ରମେ ୮ ଓ ୭ ରନ କରି ଆଉଟ ହଇଥିଲେ । ସେହିପରି ଡେଭିଡ୍ ମିଲର ମଧ୍ୟ ଖାତା ଖୋଲିପାରିନଥିଲେ । ତେବେ ଅଧିନାୟକ ସଂଜୁ ସାମସନ, ଶିବମ ଦୁବେ, ରିୟାନ ପରାଗ ଓ ରାହୁଲ ତିଓ୍ବାତିଆ ଦଳଗତ ଲଢୁଆ ଖେଳ ପ୍ରଦର୍ଶନ କରି ଦଳପାଇଁ ଏକ ଭଲ ସ୍କୋର କରିଥିଲେ । ଶିବମ ଦୁବେ ୪୬ କରିଥିବାବେଳେ ତିଓ୍ବାତିଆ ୪୦ ରନ କରିଥିଲେ । ସାମସନ ୨୧ରନ ଓ ପରାଗ ୨୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ୧୭୮ ରନର ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଦେବଦତ୍ତ ପଡିକଲ୍‌ (୧୦୧ଞ୍ଚ, ୫୨ ବଲ୍, ୧୧ ଚୌକା, ୬ ଛକା) ଏବଂ ବିରାଟ କୋହଲି (୭୧ଞ୍ଚ, ୪୭ ବଲ୍‌, ୬ ଚୌକା, ୩ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୩.୩ ଓଭର ପୂର୍ବରୁ ବିନା ୱିକେଟରେ ୧୮୧ ରନ୍‌ କରିନେଇଥିଲା । ପଡିକଲ୍‌ ନିଜ ଶ୍ରେଷ୍ଠ ଆଇପିଏଲ୍‌ ପାଳି ଖେଳିବା ସହ ପ୍ରଥମ ଶତକ ହାସଲ କରିଥିଲେ । ବିରାଟ କୋହଲି ମଧ୍ୟ ଏହି ଅବସରରେ ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୬,୦୦୦ ରନ୍‌ ପୂର୍ଣ୍ଣ କରିଥିଲେ । ମ୍ୟାଚ୍‌ ବିଜୟୀ ଶତକୀୟ ପାଳି ପାଇଁ ଦେବଦତ୍ତ ପଡ଼ିକଲ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଚଳିତ ସଂସ୍କରଣରେ ପ୍ରଥମ ଥର ପାଇଁ ଏକ ଦଳ ୧୦ ୱିକେଟ୍‌ରେ ଜିତିଲା । ରାଜସ୍ଥାନ ରୟାଲ୍ସ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ପଏଣ୍ଟ ଟେବୁଲ୍ ଶେଷକୁ ଖସିଯାଇଛି ।
pc pk
Leave A Reply

Your email address will not be published.