oom

ନଅଗାଁ(ଖ) ଠାରେ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ)କ୍ରିକେଟ ଆସୋସିଏସନ ତରଫରୁ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖପାଖ ଗ୍ରାମାଞ୍ଚଳରୁ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁରେଶ ମହାଳିଙ୍ଗ ଏବଂ ସମ୍ମାନିତ ଅତିଥି ଭସବେ ପଂଚାୟତ ନିର୍ବାହୀ ଅଧିକାରୀ ବଳରାମ ଧରୁଆ, କୃଷି ସମବାୟ ସମିତି ସମ୍ପାଦକ ପ୍ରୀତମ ମିଶ୍ର, ସମାଜସେବୀ ଫକୀର ବିଶ୍ୱାଳ, ପୂର୍ବତନ ଶିକ୍ଷକ ବିନୋଦ କୁଅଁର, ଯୁଧିଷ୍ଠିର ସାହୁ, ଦିଲୀପ କୁଅଁର, ଗିରିଧାରୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚରେ ନଅଗାଁ ଦଳ ଲୁହୁରାମୁଣ୍ଡାକୁ ହରାଇ ବିଜୟୀ ହୋଇଥିଲ । ବିଜେତା ଦଳକୁ ନଗଦ ୬୦୦୦ ଓ ଉପ ବିଜେତା ଦଳକୁ ୩୫୦୦ ଟଙ୍କା ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା । ନଅଗାଁ ର କୈଳାସ ବିଶ୍ୱାଳଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ଘୋଷଣା କରାଯାଇଥିଲା । ସ୍ଥାନୀୟ ବୀର ବଜରଙ୍ଗବଳି ମେଲୋଡିର ପରିଚାଳକ ବିନୟ ବିଶ୍ୱାଳ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରବୀର ରଞ୍ଜନ ବିଶି ଓ ବିଶ୍ୱ ଛତ୍ରିଆ ଖେଳ ପରିଚାଳନା କରିଥିବା ବେଳେ ନଅଗାଁ କ୍ରିକେଟ ଆସୋସିଏସନର ସମସ୍ତ ସଭ୍ୟ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.