ଚଳିତ ବର୍ଷ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)

ମୁମ୍ବାଇ, ୧/୮: ପ୍ରତିବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ମାସରେ ଆରମ୍ଭ ହୋଇ ମେ ମାସରେ ଶେଷ ହେଉଥିଲା । କିନ୍ତୁ ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ତାର ତାଣ୍ଡବ ଲୀଳା ରଚି ସାରିଥିବା ବେଳେ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମଧ୍ୟ ତାର ପ୍ରଭାବ ପଡିଥିଲା । ସେଥିଯୋଗୁଁ ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ୟୁନାଇଟେଡ୍ ଆରବ ଏମିରେଟ୍ସରେ ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୮ ନଭେମ୍ବରରେ ଶେଷ ହେବ ବୋଲି ବିସିସିଆଇ ଗତ ସପ୍ତାହରେ ଘୋଷଣା କରଥିଲା । ଆଇପିଏଲ୍ର ସିଧାପ୍ରସାରଣ ଅଧିକାର ପାଇଥିବା ଷ୍ଟାର୍ ସ୍ପୋର୍ଟସଦାବି କରିଥିବାରୁ ୮ ନଭେମ୍ବରରେ ଶେଷ ହେଉଥିବା ଫାଇନାଲ୍ ୧୦ ନଭେମ୍ବର ଖେଳା ଯାଇପାରେ ବୋଲି ବିସିସିଆଇ ଦ୍ୱାରା ଅନୁମାନ କରାଯାଇଛି । ଆଇପିଏଲ୍ର ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍ସିଲ)ର ବୈଠକ ସୋମବାର ପର୍ଯ୍ୟନ୍ତ ହେବ ତା ପରେ ସଠିକ୍ ଭାବେ ଘୋଷଣା ହୋଇପାରେ ।

Leave A Reply

Your email address will not be published.