ls

ଉସତ୍‌ ବେଡ଼ା

sb

ମାଖ୍‌ନୁ ବଡ଼ା ଉସତ୍‌ । ଗାଁର ପାଁଚ୍‌ ସାତ୍‌ଟା ପିଲା ଆସିଥିଲେ । ତାହାକେ କହିଛନ୍‌, ପଞ୍ଚାୟତ୍‌ର ୱାର୍ଡ ମେମ୍ବର୍‌ ଥି ଉଠ୍‌ବାର୍‌ କେ । ଏନ୍‌ତା ଉସ୍‌କା ଉସ୍‌କେଇଛନ୍‌ ଯେ’ ମାଖ୍‌ନୁ ଖାଲି ଆକାଶେ ଉଡ଼ୁଛେ । ପ୍ରାଇଭେଟ୍‌ ଇସ୍‌କୁଲ୍‌ ଗୁଟେ ଥି ରନ୍ଧନିଆଁ କାମ୍‌ କର୍‌ସି ମାଖ୍‌ନୁ । ମୋର୍‌ ଘର୍‌ବାଲିର୍‌ ଦିହିଁ ନସିଛେ ବଲି ଦୁଇ ଦିନ୍‌ ଛୁଟି ମାଗିକରି ଗାଁକେ ପୁହୁଁଚିଗଲା । ଗାଁକେ ପାହା ମାଡ଼ୁନ୍‌ ସାଏର୍‌ ଗାଁର୍‌ ପିଲାମାନେ ତାହାକେ ଘେରିଗଲେ । କାଲ୍‌କେ ନୋମିନେସନ୍‌ ଫାଇଲ୍‌ କର୍‌ମା ବଲି ବି କଥା ବାର୍‌ତା ଛିଡ଼ିଗଲା । ଘରେ ପୁହୁଁଚିଲା ମାଖ୍‌ନୁ । ତାର୍‌ ଘର୍‌ବାଲି ବି କାବା – ଦିନା ପାଁଚେ ହେଲା ଯାଇଥିଲ, କୁହା ନେଇଁ ବୁଲା ନେଇଁ, ପଲେଇ ଆଏଲ’ ଯେ ? ନେଇଁହେଲେ ତ’ କାଏଁ ପନ୍ଦର ଦିନ୍‌, କାଏଁ ମାସେ… ଫୋନ୍‌ କରି କରି ଅଥା ହେଇଗଲେ ବି ନେଇଁ ଆସ । ପଚ୍‌ରାଲା ମାଖ୍‌ନୁର୍‌ ଘର୍‌ବାଲି ।

ମାଖ୍‌ନୁ ମୁଲ୍‌ ମୁଲ୍‌ ହଁସି ହଁସି ବଏଲା – ଗାଁର୍‌ ପିଲାମାନେ ଡାକ୍‌ଲେ ଯେ’ ଆଇଛେଁ ବୋ’ । ୱାର୍ଡ ମେମ୍ବର୍‌ ଥି ମତେ ଉଠାବାର୍‌ କେ ସଭେ ଅଁଟା ଭିଡ଼ିଛନ୍‌ । କାଏଲ୍‌ ନୋମିନେସନ୍‌ କର୍‌ବାକେ ପଡ଼୍‌ବା । ହେଟା କାଁଣା, ଟଁକା ପଚାଶ ହଜାର୍‌ ଖର୍‌ଚା ବାର୍‌ଚା ହେବା । ଗାଁର୍‌ ପିଲାମାନେ ଲାଗିଛନ୍‌ ଯେତେବେଲେ ଜିତ୍‌ବାର୍‌ଟା ବି ଥଏ ଆଏ । ଜିତିଗଲେ ତ’ ପଏସା ବାହାରିଯିବା । ତାର୍‌ ପାଁଚ୍‌ ଗୁନା ଆଏବା, ଦେଖୁଥା’ ।

ମାଖ୍‌ନୁର୍‌ ଘର୍‌ବାଲି ଜଜର୍‌ମାନ୍‌ ହେଇଗଲା । ବଏଲା – ନାଁରେ ଗାଡ୍‌ସୁଆ, ଘରେ ନେଇଁନ’ ଅରନ୍‌ ତସୁ, ମନ୍‌ ବଲୁଛେ ମେଁଚେ ବସୁ । ରନ୍ଧନିଆଁ କାମ୍‌ କରି ଦୁଇ ପଏସା ଆନ୍‌ଲେ ଘର୍‌ ଚଲୁଛେ । ଜମି ନେଇଁ କି ବାଡ଼ି ନେଇଁ । ବଡ଼ା କଷ୍‌ଟେ ଟଁକା ତିରିଶ ଚାଲିଶ ହଜାର୍‌ ଟୁକେଲ୍‌ କେ ବିହା କର୍‌ବାର୍‌ ଲାଗି ଛଁଚି କରି ରଖିଛେଁ । ହେଟାକେ ଲିହିବିହି କଲେ ମୁଇଁ କାହାକେ ନେଇଁ ଛାଡେ଼ଁ । ତୁଇ ତ’ ତୁଇ, ମାହାପୁରୁ ହେଲେ ବି ଚିରି ଦେମି । ହେଟାକେ ନିଘା ରଖିଛୁ ତ’ ଗାଡ଼ସୁଆ । ଯଦି ଭୋଟ୍‌ ଥି ଉଠ୍‌ଲୁ ବଏଲେ…. ତୋର୍‌ ବାଟେ ତୁଇଁ ଆର୍‌ ମୋର୍‌ ବାଟେ ମୁଇଁ…. ।

ମୁଁଡ଼୍‌ ସୁଆଁଲି ସୁଆଁଲି ଘରୁ ପଲେଇ ଆଏଲା ମାଖ୍‌ନୁ ।

  • ଆନଂଦ ଚଂଦ୍ର ସାହୁ
pc pk
Leave A Reply

Your email address will not be published.