ଶାନ୍ତିରେ ଜୀବନ ବିତାଇବାକୁ ହେଲେ ଅବଲମ୍ବନ କରିବାକୁ ହେବ ଏହି ମାର୍ଗ

ସୁଶ୍ରୀ ସ୍ନେହଲତା

ମଣିଷ ଶାନ୍ତିରେ ରହିବାକୁ ପସନ୍ଦ କରେ । ଶାନ୍ତ, କାନ୍ତ, କୋମଳ, କମନୀୟ ଜୀବନ ପ୍ରବାହ ମାନବ ପାଇଁ ଏକ ବିଶେଷ ଉପହାର ବୋଲି କୁହାଯାଇଥାଏ । ତେବେ ଶାନ୍ତିରେ ଜୀବନ ବିତାଇବାକୁ ହେଲେ ଅବଲମ୍ବନ କରିବାକୁ ହୁଏ ଏହିସବୁ ମାର୍ଗ ବୋଲି ବିଜ୍ଞଜନମାନେ କହିଛନ୍ତି ।

  • ଶାନ୍ତିର ଖୋଜ୍‌ରେ ଥିବା ମଣିଷକୁ ପ୍ରଥମତଃ ନିଜ ଭିତରେ ଗ୍ରହଣଶୀଳତାକୁ ବଳବତ୍ତର କରିବାକୁ ପଡ଼ିବ । ସ୍ଥାନ, କାଳ ଓ ପାତ୍ର ବିଚାରରେ ଆପଣେଇ ନେବାର ଭାବକୁ ବଳିଷ୍ଠ କରିପାରିଲେ ଆପଣା ଛାଏଁ ଶାନ୍ତି ମିଳେ ବୋଲି କୁହାଯାଇଛି । ତେବେ ଅଗ୍ରଜଙ୍କ ପ୍ରତି କୃତଜ୍ଞତା ଏବଂ ଉତ୍ତର ପିଢ଼ିଙ୍କ ପ୍ରତି ଆନ୍ତରିକତା ରକ୍ଷା କରିବା ନିତାନ୍ତ ପ୍ରୟୋଜନ ।
  • ସେହିଭଳି ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆଇବା ହେଉଛି ଆଉ ଏକ ମାର୍ଗ ଶାନ୍ତିରେ ଜୀବନ ବିତାଇବା ପାଇଁ । ଋତୁ ଅନୁସାରେ ଯେଭଳି ନିଜକୁ ଖାପ ଖୁଆଇ ଚଳଚଂଚଳ ରଖିବାକୁ ହୁଏ, ସେଭଳି ପରିସ୍ଥିତିକୁ ଧ୍ୟାନ ଦେଇ ନିଜକୁ ଖାପ ଖୁଆଇବାକୁ ହୋଇଥାଏ । ତେବେ ସାତ୍ତ୍ୱିକତା ତଥା ଯୁକ୍ତାତ୍ମକ ଭାବ ଧାରା ନେଇ ପରିସ୍ଥିତି ସହ ଖାପ ଖୁଆଇ ଚଳିବା ଦ୍ୱାରା ଜୀବନରେ ଶାନ୍ତି ମିଳିଥାଏ ।
  • ଅନ୍ୟପକ୍ଷରେ ବିଯୁକ୍ତାତ୍ମକ ଚିନ୍ତନ ଓ କାର୍ଯ୍ୟକଳାପକୁ ବର୍ଜନ କରିବା ମଧ୍ୟ ଶାନ୍ତିପ୍ରାପ୍ତିର ଏକ ବିଶେଷ ମାର୍ଗ । କୁସଙ୍ଗ, କୁଚିନ୍ତନ, କୁକାର୍ଯ୍ୟ ଠାରୁ ନିଜକୁ ଦୂରେଇ ନ ରଖି ପାରିଲେ ଶାନ୍ତି ମିଳିପାରିବ ନାହିଁ । ଆଚରଣରେ ଶୁଦ୍ଧତା ଏବଂ ଚିନ୍ତନରେ ଆଧ୍ୟାତ୍ମିକତା ଏହି ମାର୍ଗକୁ ଆହୁରି ବଳିଷ୍ଠ କରିଥାଏ ।
Leave A Reply

Your email address will not be published.