- ଆନନ୍ଦ ଚନ୍ଦ୍ର ସାହୁ
ଖସଙ୍ଗ୍ ଖସଙ୍ଗ୍ ଚାଲି ଆସୁଛେ ମଙ୍ଗ୍ଲୁ ।
ବଏଠୁର ପାଖୁ ଚାଲିଗଲା ଯେ ମହୁଲି ଗନ୍ଧ୍ ଭକ୍ କଲା । ବଏଠୁ ବଏଲା – ନା’ରେ ମଙ୍ଗ୍ଲୁ, ମାସେ ନେଇଁ ହେବାର୍ ପରେ ସାତ୍ ଦିନ୍ ତକ୍ ଡାକ୍ତର୍ଖାନା ଥି ପଡ଼ିଥିଲୁ । ମରୁ ମରୁ ବାଁଚିଛୁ । ତୋର୍ ଛୁଆପିଲା ସୁରୁ ସୁରୁ ଅଛନ୍ ତାଏଲ୍ । କାଏଁହେଲା ଯେ ଉତ୍ପାତ୍ ହଉଛୁ ? ଡାକ୍ତର୍ ପରେ ମନା କରିଛେ ତତେ ମଦ୍ ପିଇବାକେ । ଫେର୍ ମଦ୍ ପି’ କରି ମହକୁଛୁ?
ଥେବ୍ଲା ମଙ୍ଗ୍ଲୁ । ବଏଠୁର୍ ପାଖ୍କେ ଆଏଲା ଆର୍ ବଏଲା – ହଏ ବୋ ଦଦା, ତୋର୍ କଥା ଠିକ୍ ଯେ, ଇ’ ଇଲେକ୍ସନ୍ ଆର୍ ପାଁଚ୍ ବରଷ୍ ପତେ ଆଏବା କାଏଁ ? ଏଡେ ବଡ଼୍ ଯାତ୍ରା ଥି ମାହାଲିଆ ମଦ୍ ଶିକାର୍ ମିଲୁଛେ, ହେଟା କେ ଆର୍ ଛାଡ଼ିହେବା । ଆମର୍ ଗାଁର୍ ଗଅଁତିଆର୍ ପିଲା ସର୍ପଁଚ୍ ଥି ଠିଆ ହେଇଛେ । ଦେଖ୍ବୁ ଯା’, ଭଁଡ଼ାର୍ ଖୁଲି ଦେଇଛେ । ବଲୁଛେ, ଯେତେ ମଦ୍ ପିଉଛ’ ପିଅ…ଯେତେ ଶିକାର୍ ଖଉଛ’ ଖ’ ….. ମାତର୍କ’ ମତେ ଭୋଟ୍ ଦିଅ । ଏନ୍ତା ମଉକା ଆର୍ ମିଲ୍ବା କାଏଁ କହତ’ ?
ବିର୍ଝି କରି ବଏଠୁ ବଏଲା – ହଏରେ ବୁଡ୍ବକ୍, ମାହାଲିଆ ମିଲୁଛେ ବଲି ମହରା ବି ଖାଏବୁ କାଏଁ ? ଡାକ୍ତରଖାନା ନେ ପଡ଼ିଥିଲୁ ଯେ’ ହେ ଗଅଁତିଆର୍ ପିଲା ଦୁଇ ଚାଏର୍ ଶ’ ଦେଇଥିଲା ଭାଏଲ୍ ଉଷୋକଷାର୍ ଲାଗି ? ଇଲେକ୍ସନ୍ ଆସିଛେ ବଲି ଦଉଛେ, ଇଲେକ୍ସନ୍ ସରିଗଲେ ତୁଇ ମରିଗଲେ ବି ତୋର୍ ପାଖ୍ ନେଇଁ ମାଡେ଼, ଜାନିଥା’ । ତମର୍ ମାନ୍କର୍ ଇନ୍ତା ଅସ୍ଗୁନିଆଁ ଚଲନ୍ ଲାଗି ଆଏଜ୍ ଗାଁ ଗହଲିର୍ ଉନ୍ନତି ନେଇଁ ହେବାର୍ । ନେଇଁହେଲା ଚଠା ବୁଠା ବି ନେତା ହେଇକରି ତମର୍ ରକତ୍କେ ଟଁଢେଇ ମେତାନ୍ ଚୁହୁଛନ୍ । ତମେ ଯେ’ ତାକର୍ ଗୁନ୍ ଗାଇ ଗାଇ ବୁଲୁଛ ! କେଭେ ଆର୍ ତମେ ମୁନୁଷ୍ ମାକଡ଼୍ ହେବ ଯେ’ ସେ ମାହାପୁରୁ ଥିଲେ ଜାନ୍ବା !