ଯଦି ପ୍ରେମରେ ପଡ଼ିଛନ୍ତି…..

  • ସୁଶ୍ରୀ ସ୍ନେହଲତା

ପ୍ରେମରେ ପଡ଼ିବା କିଛି ନୁଆ କଥା ନୁହେଁ । ଅଥଚ ପ୍ରେମକୁ ନିଭେଇବା ସବୁଠାରୁ ବଡ଼ କଥା । ଏଣୁ ଆସନ୍ତୁ ପ୍ରେମ ଉପରେ ସାମାନ୍ୟ କିଛି କଥା ଜାଣିବା ।

୧. କାହାକୁ ଭଲ ପାଇବା ପୂର୍ବରୁ ନିଜକୁ ଭଲ ପାଇବା ଏକାନ୍ତ ଜରୁରୀ । ଯିଏ ନିଜକୁ ପ୍ରେମ କରନ୍ତି, ତାହାକୁ ଲୋକେ ମଧ୍ୟ ପ୍ରେମ କରନ୍ତି ।
୨. ଜଣେ ଅନ୍ୟ ଜଣକ ପାଇଁ ସମୟ ବାହାର କରିବା ଦରକାର ।
୩. ଜଣେ ଅନ୍ୟ ଜଣକର ମନକୁ ଚିହ୍ନିବା ନିହାତି ଆବଶ୍ୟକ ।
୪. ଭବିଷ୍ୟତ ଯୋଜନା କରିବା ପୂର୍ବରୁ ପ୍ରେମର ନିବିଡ଼ତାକୁ ପରଖି ନେବା କଥା ।
୫. ପରସ୍ପରକୁ ସମ୍ମାନ ଦେବା ଆବଶ୍ୟକ ।
୬. ଜଣେ ଆର ଜଣକର ସୁବିଧା ଅସୁବିଧାରେ ସାମିଲ୍‌ ହେବା ଜରୁରୀ ।
୭. ପରସ୍ପର ଭିତରେ ମନାନ୍ତର ରହିବା ଅତ୍ୟନ୍ତ ଘାତକ ।

Leave A Reply

Your email address will not be published.