oum

ଆଧୁନିକ କବିତାର ପାଠକ

jsm
  • ମୀନକେତନ ବାରଲେବଡ଼ିଆ

ଆଧୁନିକ କବିତା ବୋଧଗମ୍ୟ ନୁହେଁ- ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ଆଧୁନିକ କବିତା ପ୍ରତି ଆଗ୍ରହ ଆଶାଜନକ ଭାବେ ବୃଦ୍ଧି ପାଇଛି, ଏକଥା ଆମକୁ ସ୍ବୀକାର କରିବାକୁ ହେବ । ପ୍ରତିଦିନ ଅଜସ୍ର କବିତା ଲେଖାହେଉଛି, ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଉଛି, କବିତା ପାଠ ଓ ଆବୃତ୍ତିର ଭିଡିଓ ପ୍ରସାରିତ ହେଉଛି, ଅସଂଖ୍ୟ କବିତା ପୁସ୍ତକ ପ୍ରକାଶନ ଓ ଉନ୍ମୋଚନ, ପତ୍ରିକାମାନଙ୍କରେ ଶତାଧିକ କବିତା ପତ୍ରସ୍ଥ ତଥା ପ୍ରତିଟି ଖବରକାଗଜରେ ସାହିତ୍ୟ ପୃଷ୍ଠାରେ ସଂଖ୍ୟାଧିକ କବିତା ଛପା ହେଉଛି । ଏସବୁ ତଥ୍ୟରୁ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଇଛୁ ଯେ, ସାଧାରଣ ପାଠକ ଆଧୁନିକ କବିତା ବୁଝୁ ନ ବୁଝୁ ଆଧୁନିକ କବିତା ପଢ଼େ ।

ଆମେ ଭାବୁ, ଓଡ଼ିଶାର ସାଢ଼େ ଚାରିକୋଟି ଜନତା ଓଡ଼ିଆ କବିତା ପଢ଼ନ୍ତେ। ଏହା କସ୍ମିନକାଳେ ସମ୍ଭବ ନୁହେଁ ! ସମସ୍ତେ କାହିଁକି କବିତା ପଢ଼ିବେ ?

ସମସ୍ତେ ଯେମିତି ସିନେମା ଦେଖନ୍ତି ନାହିଁ, ଯାତ୍ରା ଦେଖନ୍ତି ନାହିଁ, ପାଲା ଦେଖନ୍ତି ନାହିଁ, ଦଣ୍ଡନାଚ ଦେଖନ୍ତି ନାହିଁ, ଉପନ୍ୟାସ ପଢ଼ନ୍ତି ନାହିଁ, ଗପ ପଢ଼ନ୍ତି ନାହିଁ – ଠିକ୍ ସେଭଳି ସମସ୍ତେ କବିତା ପଢ଼ିବେ ନାହିଁ । କବିତାର ବି ସ୍ବତନ୍ତ୍ର ପାଠକ ଅଛନ୍ତି। ସେମାନେ କବିତା ନୁରିଖୁଜି ପଢ଼ିବେ । ସେମାନେ କବିତା ଓ ଅକବିତାକୁ ବାଛିଦେବେ ।
ଆଧୁନିକ କବିତା ପାଇଁ କେବଳ ଦୀକ୍ଷିତ ପାଠକ ଚାହି, ଅସଂଖ୍ୟ ନୁହେଁ !

Leave A Reply

Your email address will not be published.