centurian jitm

କପାଲ୍‌ ଜାନି କେର୍‌ଙ୍ଗେଲା

nschool

ମକର୍‌ଧଜ୍‌ ସକାଲୁ ସକାଲୁ ଭଡେ଼ା ଭଡେ଼ା ଘରୁ ବାହାରିଲା । ଇଲେକ୍‌ସନ୍‌ ଡ୍ୟୁଟି ପଡ଼ିଛେ । ଟିକେ ବି ଉଛୁର୍‌ ହେଲେ ନେଇଁ ଚଲେ । ଠିକ୍‌ ସମିଆଁ ଥି ରିପୋର୍ଟ କଲା । ଇଲେକ୍‌ସନ୍‌ ଡ୍ୟୁଟି ବାଲା ସର୍‌କାରୀ ଲୁକର୍‌ ହାଟ୍‌ ବସିଛେ । ଯେ’ ଯେନ୍‌ ବୁଥ୍‌ ନେ ପଡ଼ୁଛନ୍‌, ସେମାନ୍‌କୁ ଗାଡ଼ି ବହି ନେଇଯଉଛେ । ମକର୍‌ଧଜ୍‌ର ପାଲି ଆଏଲା ବେଲ୍‌କେ ବେଲ୍‌ ଢ଼ଲି ବସ୍‌ଲାନ’ । ଯାହା ବି ହଉ, ତାକର୍‌ ଭେଲି ଥି ଯେନ୍‌ କେତେ ଜନ୍‌ ରହେଲେ, ସଭେ ଗୁଟେ ଗାଡ଼ି ଥି ବୁଘ୍‌ଲେ ଆର୍‌ ଚାଲ୍‌ଲେ ବାଟେ ବାଟ୍‌ । ବୁଥ୍‌ କେ ପୁହୁଁଚିଲା ବେଲ୍‌କେ ଅଂଧାର ହେଇ ସାରିଥାଏ । ୟୁପି ଇସ୍‌କୁଲ୍‌ ଗୁଟେ । ଇସ୍‌କୁଲେ ଲାଇଟ୍‌ ନେଇଁ । କୁହୁ କୁହୁ ଅଂଧାର୍‌ । ମୁନୁଷ୍‌ ତ’ ମୁନୁଷ୍‌, କୁକୁର୍‌ ପଟେ ବି ନେଇଁ ଥାଇ ତାକର୍‌ ପୁହୁଁଚିଲା ବେଲ୍‌କେ । ପୁହୁଁଚିବାର୍‌ ପନ୍ଦର କୁଡେ଼ ମିନିଟ୍‌ ଉତ୍‌ରୁ ଗାଁ ଭିତ୍‌ରୁ ଜନେ ବାବୁ ସୋଲାର୍‌ ଲାଇଟ୍‌ ଗୁଟେ ଧରି କରି ପୁହୁଁଚିଲେ । ଇସ୍‌କୁଲର୍‌ ଗେଟ୍‌ ଖୁଲା ହେଲା । ଭୋଟ୍‌ ବାକସ୍‌ ସାଙ୍ଗେ ଯାହା ଯେନ୍‌ତା ସାମାନ୍‌ ପତର୍‌ ନେଇକରି ଇସ୍‌କୁଲ୍‌ ବାରଣ୍ଡା ଥି ସଭେ ରଖ୍‌ଲେ । ଇସ୍‌କୁଲର୍‌ ଅବସ୍ଥା ଦେଖି କରି ମକର୍‌ଧମ୍‌ କାବା ହେଇ ଯଉଥାଏ । ଇସ୍‌କୁଲ୍‌ ମୁହେଁ ଗଦା ଗଦା ବିନୁଆଁ । ବାରଣ୍ଡାର୍‌ କଥା ଛାଡ଼ି ଦଉଁ… ଭିତରର୍‌ କୁଠ୍‌ରି ମାନ୍‌କର୍‌ ଛାତ୍‌ ଅଧା ଲଟ୍‌କିଛେ, ଅଧା କେଭ୍‌ନୁ ତଲେ ପଡ଼ି ସାରିଛେ । ମାସ୍‌ ତିନେ ଚାରେ ହେଲା କାହିଁ ବାଢ଼ୁନ୍‌ ନେଇଁ ବାଜ୍‌ବାର୍‌ଟା ବି ବାରି ହଉଛେ । ମୋବାଇଲ୍‌ ଲାଇଟ୍‌ ଜାଲି କରି ମକର୍‌ଧଜ୍‌ ପାଇଖାନାକେ ଠଅଁକାଲା । ପାଇଖାନାର୍‌ ଭଂଗା କବାଟ୍‌ ଥି ଲୁଦ୍‌ରେ ଡିଆଁ ଢାପି ଦେଇଛେ । ଭିତ୍‌ରର୍‌ କଥା ନେଇଁ କହିବାର୍‌ଟା ବନେ । ଶୁଖା ପତର୍‌ ଥି ଢାପି ହେଇଯାଇଛେ ପାଇଖାନା ।

ମକର୍‌ଧଜ୍‌ ମୁଡେ଼ ହାତ୍‌ ଦେଲା । ସକାଲ୍‌ ପାଏଲେ ଭୋଟ୍‌ । ପ୍ରିଜାଇଡିଂ ଅଫିସର୍‌ ହେଇଛେ । ଇସ୍‌କୁଲେ ପାଏନ୍‌ ନେଇଁ କି ଲାଇଟ୍‌ ନେଇଁ । ରହେବେ କେନେ, ଖାଏବେ କାଣାଁ…. ଶୁଇବେ କେନେ… କବାର୍‌ କର୍‌ବେ କେନ୍‌ତା କରି…. ବଡ଼ା ଅଲ୍‌ଝଟ୍‌ ଥି ପଡ଼ିଗଲା ବୁପ୍‌ରା । ଗାଁ ନୁଁ ବନେ ଟିକେ ଧୁରେ ରହିଛେ ଇସ୍‌କୁଲ୍‌ । ସେନୁ ଫେର୍‌ ଝାର୍‌ ପତ୍‌ରା ବି ଲମିଛେ । ବାଘ୍‌ ବଲୁଛେ ମୁଇଁ, ସାଁପ୍‌ ବଲୁଛେ ମୁଇଁ, କିଟ୍‌କିଟା ଅଂଧାର୍‌ ବି ବଲୁଛେ ମୁଇଁ । ଏନ୍‌ତା ବି ଇସ୍‌କୁଲ୍‌ ଥିସି ବଲି ମକର୍‌ଧଜ୍‌ ତାର୍‌ କୁଡେ଼ ବରଷର୍‌ ମାଷ୍ଟର୍‌ ଚାକିରି ଭିତରେ କେଭେ ନେଇଁ ଜାନିଥାଇଁ । ଆକାଶ୍‌ କେ ଠଅଁକାଲା ଆର୍‌ ମକର୍‌ଧଜ୍‌ ବଏଲା – ବଃ ବଃରେ ଉପର୍‌ବାଲା । କପାଲ୍‌ ଜାନି କେର୍‌ଙ୍ଗେଲା ।

  • ଆନଂଦ ଚଂଦ୍ର ସାହୁ
Leave A Reply

Your email address will not be published.