
ସକାଲୁ ସକାଲୁ ଉଠୁନ୍ ସାଏର୍ ଟେକାରୁ ତାର୍ ଘର୍ବାଲି କେ ବଏଲା – ହେପି ଭାଲେନ୍ଟାଇନ୍ ଡେ଼’ ହୋ’ ଡାର୍ଲିଙ୍ଗ୍ ! ତାର୍ ଘର୍ବାଲି ବି ଥେଙ୍କ୍ ୟୁ ବଏଲା । ମାତର୍କ’ ସେ ବୁପ୍ରି ‘ଥେଙ୍କ୍ ୟୁ’ ବଏଲେ କାଣାଁ ଯେ ବନେକରି ନେଇଁ ଜାନି । ବଲ୍ସନ୍ ବଲି ବଲିଦେଲା । ଇସ୍କୁଲ୍ ପାଠ୍ ତ’ ନେଇଁ ପଢ଼ି ବୁପ୍ରୀ ।
ଛୁଆପୁତା ତିନ୍ଟାକେ ଇସ୍କୁଲ୍ ବଟାଲା ଉତ୍ରୁ ଟେକାରୁ ଅଫିସ୍ ଯିବାର୍କେ ବାହାରିଲା ତରାପସ୍ରା ହେଇ । କଲେକ୍ଟର ଅଫିସ୍ ଥି ପିଅନ୍ ଅଛେ ଟେକାରୁ । ପିଅନ୍ ଚପ୍ରାଶି ମାନେ ତ’ ଅଫିସ୍ ଖୁଲୁନ୍ ସାଏର୍ ହାଜର୍ ହେଲେ ଯାଏ ଚଲେ । ଛୁଟିଆ ଚାକିରିଆ ମାନ୍କର୍ ଉପ୍ରେ ସଭେ ଶାସନ କରି ଜାନ୍ସନ୍ । ଟେକାରୁ ବୁପ୍ରା କେ କେଭେ କିହେ ସମିଆଁ ଉପ୍ରେ କିଛି କହି ନେଇଁ ପାରନ୍ । ଅଫିସ୍ ନୁଁ ଫିର୍ବାର୍ଟା ଟିକେ ପଛେ ଲେଟ୍ ହେବା, ହେଲେ ଅଫିସ୍ ଥି ଦଶ୍ ମିନିଟ୍ ଆଘୋ ନୁଁ ବୁପ୍ରା ପୁହୁଁଚି ଯାଏସି ।
ତନାଘନା ହେଇ ଅଫିସ୍ ବାହାର୍ଲା ବେଲ୍କେ ତାର୍ ଘର୍ବାଲି ଟେକାରୁ କେ ପଚ୍ରାଲା – ହଏ ଗୋ’, ସକାଲୁ ସକାଲୁ ଯେନ୍ ହେପି କାଣାଁ ଗୁଟେ ବଏଲ’…. ସେଟା କାଣାଁ ? ଟେକାରୁ ମୁଲ୍କି ହଁସିଟେ ଛଲ୍କେଇ କରି ବଏଲା – ହଏରେ ବେଡ଼ି, ଆଏଜ୍ ସାରା ଜଗତ୍ ଥି ପେରେମ୍ ଦିନ୍ ପାଲନ୍ କରାହଉଛେ । ହେଟାକେ ଭାଲେନ୍ଟାଇନ୍ ଡେ’ ବଲ୍ସନ୍ । ଟିକେ ଲାଜେ ଲାଜେ ହେଇକରି ତାର୍ ଘର୍ବାଲି ବଏଲା – ଖୁଓ ରେ ମା’… ହେଟାକେ ବଲ୍ସନ୍ କାଏଁ ! ଆମର୍ ଲାଗି ତ’ ସବୁଦିନ୍ ପେରେମ୍ ଦିନ୍ । ମାହାପୁରୁ ହଁସିଖୁସି ଥି ରଖିଛେ ଆମର୍ ସଁସାର୍ ।
- ଆନଂଦ ଚଂଦ୍ର ସାହୁ