ଦୁଇ ବନ୍ଧୁ ସବୁ ଦିନର୍ ବାଗିର୍ ଭୋର୍ ସକାଲୁ ବାହାରି କରି ଛିନ୍ଛାନ୍ ଜଙ୍ଗଲ୍ ବିଭାଗ୍ର ନର୍ସରୀ ତକ୍ ଚାଲି ଚାଲି ଫି’ ଦିନ୍ ଯାଏସନ୍ । ଘରୁ ହେତ୍କି ଦୂର୍ କେ ବନେ ବାଟ୍ ହଉଥିଲେ ବି ବଏସରା ହେଇଗଲାନ’ ବଲି ହେନ୍ତା ଅଥା ବି ନେଇଁ ଲାଗ୍ବାର୍ନ’ । ଭଡେ଼ା ଭଡେ଼ା ଯାଏସନ୍ ଯେନ୍ ଟେକେ, ହେ ଟେକେ ଫିରି ଆଏସନ୍ ବି । ଦିହିଁ ପାଏନ୍ କେ ଥାବେ ରଖ୍ବାର୍ ଲାଗି ସକାଲ୍ ଚଲା ନିହାତି ଦର୍କାର୍ ବଲି ବି ଡାକ୍ତର୍ ବାବୁ ମାନେ ମନ୍ତର୍ ଦେଲା ମେତାନ୍ କହୁଛନ୍ । ଦୁଇ ବନ୍ଧୁ କେ ଠିକ୍ ଲାଗିଛେ ସେ ମନ୍ତର୍ । ଫି’ ଦିନେ ବାହାର୍ସନ୍ ଠିକ୍ ଭୋର୍ ପାଁଚ୍ ବଜେ ଆଡ଼୍କେ ।
ଦିନେ ହେନ୍ତା ଦୁହେଁ ବାହାର୍ଲେ ଭୋର୍ ସମିଆଁ ନୁ । ଦେଖ୍ଲେ ଯେ, ସାଏକଲ୍ ଗୁଟେ ଥି ପଛ୍ଆଡେ଼ ଦୁଇ ବସ୍ତା ଆର୍ ଆଗ୍ ଆଡେ଼ ହେନ୍ଡ଼ଲ୍ ଥି ବଡ଼୍ ବଡ଼୍ ଦୁଇଟା ବେଗ୍ମୁନା ଥି ବାଏଗନ୍ ଧରିକରି ଝନେ ଚାଷୀ ଟାଉନ୍ ଭିତର୍ କେ ବିକ୍ବାର୍ ଲାଗି ଆନୁଥାଏ । ପାଖୁ ଦେଖ୍ଲେ ଦୁହେଁ, ବଡ଼ା ସୁନ୍ଦର୍ ସୁନ୍ଦର୍ ବାଏଗନ୍ । ମୁକ୍ତାକେଶୀ ଆଏ । ପୁଡେ଼ଇ କରି ବାଏଗନ୍ ଭର୍ତା ଖାଏଲେ ଯେନ୍ତା ମଜା ଲାଗ୍ବା, ତର୍କାରୀ ଥି ପକାଲେ ବି ହେନ୍ତା ଜମକ୍ ଧର୍ବା । ଦୁଇ ବନ୍ଧୁ ଲୁଭେ ହେଲେ । ବାଏଗନ୍ ବାଲାକେ ଅଟ୍କାଲେ । ମାତର୍କ’ ବଡ଼୍ କଥା ହଉଛେ – ଦୁହେଁ କେ ଦୁହେଁ, କିହେ ପଏସା ନେଇଁ ଧରି । ସକାଲୁ ଚାଲିଗଲା ବେଲ୍କେ କାଏଁ ପଏସା ଦର୍କାର୍ ବଲି କେଭେ ନେଇଁ ଧରନ୍ ବି । ବାଏଗନ୍ ବାଲା କେ ବଏଲେ, ବାବୁ ତୋର୍ ବାଏଗନ୍ ତ’ ବଢ଼ିଆଁ ହେଇଛେ । ହେଲେ ଆମେ ପଏସା ନେଇଁ ଧରି । ଯଦି ତୁଇ ଟାଉନ୍ ନୁ ବାଏଗନ୍ ବିକି କରି ଫିର୍ଲା ବେଲ୍କେ ଆମର୍ ହୋଟେଲ୍ କେ ଯାଇକରି ପଏସା ଆନ୍ବୁ ବଏଲେ ଆମେ କେଜେ କେଜେ ବାଏଗନ୍ ନେମୁ ।
ବାଏଗନ୍ ବାଲା ଦୁହି ଜନ୍କର୍ ଗହକି ଦେଖି କରି ବଡ଼ା ଉସତ୍ ହେଲା । ବଏଲା- “ନଉନ୍ ଆଜ୍ଞା! ମୁଇଁ ପଏସା ଆନିଯିମି ଯେ!’ ଦୁହେଁ ଯାକର୍ ବାଏଗନ୍ ବାଛ୍ଲେ ଆର୍ ରୁମାଲ୍ ଥି ବାନ୍ଧି କରି ଆନ୍ଲେ । ହୋଟେଲର୍ ଠିକ୍ନା ଠିକ୍ ଠିକ୍ କରି କହିଦେଲେ ବି, ଯେନ୍ତା ବୁପ୍ରା ଟପୋ କରି ପୁହୁଁଚିବା । ମାତର୍କ’ ହେ ଦିନୁଁ ଆଏଜ୍ ପତେ ଛ’ ମାସ୍ ନୁ ଯହ ହେବା, ସେ ବାଏଗନ୍ ବାଲା ହୋଟେଲ୍ କେ ପଏସା ନେବାର୍ ଲାଗି ନେଇଁ ଆଏଲା । କାଏଁଥିର୍ ଲାଗି ଯେ କେଜାନି… । ଦୁଇ ବନ୍ଧୁ ଏଭେ ବି ଟାକିଛନ୍ ପଏସା ଦେବାର୍କେ ।