ସକାଲୁ ୮ ବଜେ ନିକେ ଚାହା ପିଆ ବଏସରା ଟେ କରିଛନ୍ ଗଏଁଠୁ ବାବୁ । ସେଟା ଫେର୍ ଘରେ ନେଇଁ, ଛକର୍ ଚାହା ଦୁକାନେ । ଯାହା ବଏଲେ ବି, ଛକେ ଚାହା ପିଇବାର୍ ମଜା ଅଲଗ୍ ଆଏ । ଗଏଁଠୁ ବାବୁ କେ ବର୍କସେ ଲାଗିଛେ ଛକେ ଚାହା ପିଆ ମହନି । ଠିକ୍ କଥା ବି । ସକାଲୁ ଉଠି କରି ଟିକେ ଚାହା ପିଇବାର୍ ବାହାନା ଥି ଛକ୍ ଆଡ଼ୁ ବୁଲିବୁଲା କରି ଗଲେ ଗୋଡ଼୍ ହାତ୍ ପର୍ଛା ଉର୍ଛା ଲାଗୁଛେ । ଫେର୍ ତ’ ଦିନର୍ ୧୦ ବଜେ ନୁଁ ଅଫିସ୍ ବାହାର୍ଲେ ଯାଇ କରି କଂପ୍ୟୁଟର୍ ଆଘେ ଖୁଁଟ୍ ମେତାନ୍ ବସ୍ବାର୍କେ ପଡ଼୍ବା … ସେଟା ଫେର୍ ରାତିର୍ କେତେ ବାଜ୍ବା ଯେ କିଏ ଜାନେ! ଫି’ ଦିନ୍ ଘର୍କେ ଫିରୁନ୍ ଫିରୁନ୍ ନ’ ଦଶ୍ ବାବୁଛେ । ଦିନେ ଦିନେ ତ’୧୧ ବାଜି ଯାଏସି । ସାହେବ୍ ଅଫିସ୍ ଥି ଜୁଗି କରି ବସିଥିଲେ, ପଲେଇ ତ’ ଆସି ନେଇଁ ହୁଏ । ଇଥି ଗଏଁଠୁ ବାବୁର୍ କାଏଁ ଦୋଷ! ତାକର୍ ଧରମ୍ ପତ୍ନୀ ସିନେ ନେଇଁ ବୁଝନ୍ । ସବୁଦିନେ ଇ’ ଅଫିସ୍ ନୁଁ ଫିର୍ବାର୍ ସମିଆଁ କେ ନେଇଁ କରି ଘରେ ମହାଭାରତ୍ ବସୁଛେ । ଦୁହେଁ ଦୁଇ ଦୁଇ ପଦ୍ ଲଦା ଲୁଦି, ଘିଚାଟନା ହେଇ କରି ରାତି ଶୁଇସନ୍ । ସକାଲୁ ଉଠ୍ଲା ବେଲ୍କେ ଯେନ୍ଟା କେ ସେଏଟା । ଗାଲି ଝଗର୍, ରୁଷା ଫୁଲା କେ ଦୁହୁଁ ଝାରି ଦେସନ୍ । ହେଥିର୍ ଲାଗି ତ’ ଦୁହିଁକର୍ ଭିତରେ ଗହେର୍ ଭାବ୍ ରହିଛେ ବଲି ଆଖର୍ ପାଖର୍ କୁଟୁମ୍ ମାନ୍କୁ ଚର୍ଚା ବି ହେସି ।
ସବୁଦିନର୍ ଲେଖେଁ ଗଏଁଠୁ ବାବୁ ଛକ୍କେ ବାହାର୍ଲେ ଚାହା ପି’ବାର୍ ଲାଗି । ଛକେ ଦେଖ୍ଲେ ଟେପ୍ମୁ ଗୁଟେ ନେ ସାବୁନ୍, ସର୍ପ ବିକୁଛେ । ସେଟା ଫେର୍ ମାଇକ୍ ଥି କହୁଛେ – “ଅଫର୍ ଅଫର୍… ବାଦଲ୍ଫଟା ଅଫର୍…. । କଂପାନୀ ତାର୍ ପର୍ଚାର୍ କର୍ବାର୍ ଲାଗି ବାଁଟି ଦେଲା ବାଗିର୍ ଭର୍ପୂର୍ ଅଫର୍ ସାଙ୍ଗେ ବିକୁଛେ ସାବୁନ୍, ସର୍ପ । ୫ଟା କପ୍ଡ଼ା ଧୁଆ ସାବୁନ୍କେ ୨୦ ଟଙ୍କା ଆର୍ ଶହେ ଟଙ୍କା ଥି ୨ କେଜି ସର୍ପ ଆର୍ ସେଥି ଫେର୍ ପ୍ଲାଷ୍ଟିକ୍ ବାଲ୍ଟିନ୍ ଟେ ଫ୍ରି ।’’
ବଢ଼ିଆଁ କଥା ତ’! ଗଏଁଠୁ ବାବୁ ଉସତ୍ ହେଇଗଲେ । ଚାହା ପି’ ସାର୍ଲା ଉତ୍ରୁ ଶହେ କୁଡେ଼ ଟଁକା ଦେଇକରି ସାବୁନ୍ ୫ଟା ଆର୍ ବାଲ୍ଟି ସାଙ୍ଗେ ସର୍ପ ଦୁଇ କେଜି ଧରି କରି ଘରେ୍ ହାଜର୍ । ପତ୍ନୀ ବି ଉସତ୍ ହେଲେ । ବଏଲେ – ‘ବଡ଼ା ଶସ୍ତା ପାଏଲ ହୋ’! କଂପାନୀ ପର୍ଚାର୍ ଲାଗି ଏନ୍ତା ମାହାଲିଆ ଦେଲା ମେତାନ୍ ସାମାନ୍ ଦଉଛେ । ଏନ୍ତା ସାମାନ୍ ପତର୍ ପାଏଲେ ନେଇଁ ଛାଡ଼୍ବ ତ’, ଆନି ପକାବ ।’
ଖାଇ ପି’ କରି ଗଏଁଠୁ ବାବୁ ଅଫିସ୍ ଗଲା ଉତ୍ରୁ ତାକର୍ ଧରମ୍ ପତ୍ନୀ ଫୁଲମତି କପ୍ଡ଼ା ଲତା ଦୁରା ସଫା କର୍ବାର୍ ଥି ଲାଗି ପଡ଼୍ଲେ । ନୂଆ କପ୍ଡ଼ାଧୁଆ ସାବୁନ ଆର୍ ସର୍ପ ଆସିଛେ… ସେଥିର୍ ବି ଗହକି ଅଲ୍ଗା ଆଏ । ବନେ ପସେ ବାଗିର୍ ସର୍ପ ଦେଇକରି ଡେକ୍ଚି ଥି କପ୍ଡ଼ା ବୁତ୍ରାଲେ । ଘଡେ଼ ବୁତ୍ରାଲା ଉତ୍ରୁ ଦେଖ୍ଲେ ଯେନ୍ତା କେ ସେନ୍ତା କପଡ଼ା ବୁତ୍ରୁଛେ । ଫେପଲ୍ ଟିକେ ବି ଦେଖା ନେଇଁ । ଭାଏଲ୍ କମ୍ ହେଲା ବଲି ଆର୍ ପାଏ ବାଗିର୍ ସର୍ପ ଦେଲେ । କାହିଁର୍ କଥା, ଛୁଚା ମାଏଟ୍ । ଟିକେ ବି ଫେପଲ୍ ନେଇଁ । ସାବୁନ୍ ମାନ୍କର୍ ଅବସ୍ଥା ବି ହେନ୍ତା । ରେତି ରେତି ଅଥା ହେଇଗଲେ ବି କପଡ଼ା ଫାଟି ଯିବା ପଛେ ଫେପଲ୍ ନେଇଁ ବାହାରେ । ସବୁକେ ଗୁଠେ ଠାନେ ଗଦେଇ ଦେଲେ ଆର୍ ଝାରି ଫାପ୍ରି ହେଲେ ଫୁଲ୍ମତି । ଘଂଟା ଦୁଏ ହେଲା ଘାଁଟି ହଉଛନ୍ । ଶସ୍ତା ଅବସ୍ଥା । ଅବସ୍ଥା ଠାନୁ ବି ଆର୍ ଅବସ୍ଥା । ମୁହଁର ଝାଲ୍କେ ପନତ୍ କାନି ଥି ପୁଛି ପୁଛା ହେଇକରି ବଏଲେ – ଇ’ ମୁନୁଷ୍ କେଭେ କିଛି ନେଇଁ ଜାନ୍ଲେ, ଛୁଆ ମନେ ବଡ଼ ବଡ଼ ହେଇଗଲେନ’ ପଛେ, ନେଇଁ ସୁଧ୍ରିଲେ । ଉସତ୍ ବେଡ଼ା ଟେ ଆ’ନ୍ । ଯେ ଯାହା ବଏଲେ ହଁ ବଲ୍ବେ ଆର୍ ମତେ ଘାଁଟି ଚିଟ୍କି କରି ମାର୍ବେ । ଛୁଚା ମାଏଟ୍ ଦୁରାକେ ୧୨୦ ଟଙ୍କା ଦେଇ କରି ଘନି ଆନିଛନ୍ । ଇ’ ଲେପ୍ଲୋପୋ ୬୦ ଟଁକିଆ ପ୍ଲାଷ୍ଟିକ୍ ବାଲ୍ଟିନ୍ ବିକ୍ବାର୍ ଲାଗି ହେ ଶଲାକର୍ ଏତ୍କି ଭୁର୍କୁଟି । ଏତ୍କି କପଟ୍ କଥାକେ ତାପ୍ନେ କାଏଁ ବୁଝନ୍… ସିଧାସାଧା ଲୋକ୍ । ଆ’ ପୁଜ୍ମିଁ ବଏଲେ ବି ବେଁକ ପାତି ଦେବାର୍ ଲେଖେଁନ୍ ମୁନୁଷ୍ । ନେଇଁ ହେଲେ ମୋର୍ ଏନ୍ତା ସୁନ୍ଦରୀ ମାଏଝି ଗୁଟେ କେ ଛାଡ଼ି କରି ହର୍ମେସା ଅଧ୍ ରାଏତ୍ ତକ୍ ଅଫିସ୍ ଥି ପଡ଼ିଥିତେ କାଏଁ! ଧିକ୍ ମୋର୍ କପାଲ୍ ।’