centurian jitm

ବୌଦ୍ଧ ଜିଲ୍ଲାର କୁନି ଚିତ୍ରଶିଳ୍ପୀ ସ୍ବସ୍ତିକ ସର୍ବଭାରତୀୟ ସ୍ତରରେ ତୃତୀୟ

nschool

ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସ୍ୱସ୍ତିକ ଜଣେ କୁନି ଚିତ୍ରଶିଳ୍ପୀ ଭାବରେ ଜିଲ୍ଲାରେ ବେଶ ପରିଚିତି ଅର୍ଜନ କରିଛନ୍ତି । ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ପଞ୍ଚାୟତ ଜହ୍ମାପଙ୍କ ଗ୍ରାମର ସତ୍ୟନାରାୟଣ ପ୍ରଧାନ ଓ ମାତା ନିଳୀମା ପ୍ରଧାନଙ୍କ ୧୦ବର୍ଷର ପୁଅ ଅଟନ୍ତି ସ୍ବସ୍ତିକ ସୁଚିନ୍ତନ ପ୍ରଧାନ । ସଂପ୍ରତି ନିଫା ଦ୍ୱାରା ଆୟୋଜିତ ସର୍ବଭାରତୀୟ ସ୍ତରୀୟ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାର ୧୬ବର୍ଷରୁ କମ୍ ବିଭାଗରେ ସେ ଅଂଶଗ୍ରହଣ ପୂର୍ବକ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଚିତ୍ର ଅଙ୍କନ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବୌଦ୍ଧ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି ।

କରୋନା ଲଢେଇ ସଂଗ୍ରାମରେ ସାମିଲଥିବା ସଫେଇକର୍ମଚାରୀ, ପୋଲିସ, ସ୍ବାସ୍ଥ୍ୟକର୍ମଚାରୀ, ଅଗ୍ନିଶମ କର୍ମଚାରୀ, ସାମ୍ବାଦିକ ଆଦିଙ୍କ ଉପରେ ଏକ ସାମାଜିକ ବାର୍ତ୍ତା ସମ୍ବଳିତ ଛବିକୁ ସ୍ବସ୍ତିକ ନିଜ ଚିତ୍ରରେ ଦର୍ଶାଇ ବିଚାରକ ମାନଙ୍କ ମନକୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଥିଲେ । ଫଳସ୍ବରୂପ ଏହି ପୁରସ୍କାର ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ସ୍ବସ୍ତିକ ଭଲ ପାଠ ପଢିବା ସହ ପିଲାଟିଦିନରୁ ଚିତ୍ର ପ୍ରତି ଆକର୍ଷିତ ହୋଇ କାକା ରାମନାରାୟଣ ପ୍ରଧାନଙ୍କ ଠାରୁ ଚିତ୍ରଅଙ୍କନ ଶିକ୍ଷା ଗ୍ରହଣ କରିଛନ୍ତି । ତାଙ୍କ ଦ୍ବାରା ଅଙ୍କିତ ଚିତ୍ର ଖୁବ ମନଲୋଭା, ଯାହାକି ବିଭିନ୍ନ ସମୟରେ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶ ପାଇବା ସହ ବିଭିନ୍ନ ଅନୁଷ୍ଠାନରେ ଅନୁଷ୍ଠିତ ହେଉଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗନେଇ କୃତିତ୍ବ ଅର୍ଜନ କରିଛନ୍ତି । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ କୃତିତ୍ବ ହୋଇ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସ୍ଵସ୍ତିକ ବର୍ତ୍ତମାନ ବୌଦ୍ଧ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ଷ୍ଟାଣ୍ଡାର୍ଡ ୪ର୍ଥ ଶ୍ରେଣୀରେ ଅଧ୍ୟୟନ ସହ ବୌଦ୍ଧର ଗୁରୁ ସ୍ୱସ୍ତିକା ବିଶିଙ୍କ ପାଖରେ ଚିତ୍ର ଶିକ୍ଷା ଗ୍ରହଣ କରୁଛନ୍ତି । ତାଙ୍କ ବାପା ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ମାତା ଜଣେ ସୁଗୃହିଣୀ ଅଟନ୍ତି । ସ୍ବସ୍ତିକ ଏହି ପୁରସ୍କାର ପାଇବା ଖବର ପ୍ରଚାରିତ ହେବାପରେ ତାଙ୍କ ନିକଟକୁ ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛା ବାର୍ତ୍ତା ଆସିବାରେ ଲାଗିଛି ।

Leave A Reply

Your email address will not be published.