
- ଦିଲିପ କୁମାର ମିଶ୍ର
କାଏଁଯେ ବକ୍ ବକ୍ ହଉଛୁ ତୁଇ
ତୁଇ କେନ୍ ଖେତର୍ ଢେଲ୍
ପବନ୍ ଟିକ୍କ’ ଅଟ୍କି ଗଲେ
ସବୁ ଗଣିତ୍ ଫେଲ୍ ।
କାଏଁଯେ ବକ୍ ବକ୍ ହଉଛୁ ତୁଇ
କେତେ ରଖିଛୁ ଯେ ଧନ୍
ଯାହା ବି ରଖିଛୁ ସର୍ବା ଦିନେ
ତେହେଁରୁ ଜାନ୍ବା ମନ୍ ।
କାଏଁଯେ ବକ୍ ବକ୍ ହଉଛୁ ତୁଇ
ପଢ଼ିଛେଁ ବଲି ଗା’ ପାଠ୍
ଅର୍କଲେ ପଡ଼୍ଲେ କହେବୁ ନିଜେ
ଦୁଇ ଦୁନେ ବି ଆଠ୍ ।
କାଏଁଯେ ବକ୍ ବକ୍ ହଉଛୁ ତୁଇ
ଦେଖେଇ ଲୋକ ଜନ୍
ଶହେ ଭାଇ ଥାଇ ଦୁର୍ଯୋଧନର୍ ବି ଦେଖ୍
ନାଇଁ ପୁର୍ଲା ସପନ୍ ।
କାଏଁଯେ ବକ୍ ବକ୍ ହଉଛୁ ତୁଇ
ଦିହେଁ ଅଛେ ବଲି ବଫୁ
ପହେଲ୍ମାନ୍ ବି ମର୍ସି ଇନେ
କାଏଁଯେ ବାହାଁ କେ ନାପୁ ।
କାଏଁଯେ ବକ୍ ବକ୍ ହଉଛୁ ତୁଇ
ବନେଇଛେଁ ବଲି ମହଲ୍
ଠିକ୍ ଯାନିଥା’ ହେ ମହଲ୍ ଦିନେ
ତୋର୍ ଲାଗି ହେବା ଜହଲ୍ ।
କାଏଁଯେ ବକ୍ ବକ୍ ହଉଛୁ ତୁଇ
ହେଲୁ ବଲି ଗୁଟେ ନେତା
ପାଁଚ୍ ବରଷ୍ ତକ୍ ତୋର୍ ବକ୍ ବକ୍
ତେହେଁରୁ ହେବୁ ଥେତା ।
କାଏଁଯେ ବକ୍ ବକ୍ ହଉଛୁ ତୁଇ
ନିଜ୍କେ ଭାବୁଛୁ କବି
ତାହେଁରୁ ବଢ଼ା ତାହେଁରୁ ବଢ଼ା
ସବେ ଗଲେନ’ ହଜି ।
ବକ୍ ବକେଇ ରାବଣ କଁସ୍ ବି
ମେଟି ଯାଇଛନ୍ ଇନେ
ସମକର ବକ୍ ବକ୍ ଭାଙ୍ଗି ଯାଏସି
ହେଜୁଥା’ ମନେ ମନେ ।
ଛାଡ ବକ୍ ବକ୍ ବାନ୍ଧି ହେଇଯା’
ଭାବ୍ର ବନ୍ଧନେ ତୁଇ
ମୁଇଁ ଛାଡିକରି ଆମେ ବଏଲେ
ପାରବୁ ଡେଗି ଘାଇ । ।