oom

ଜୋନ ନଂ.୩୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ତନୟା ବେହେରାଙ୍କ ପାଇଁ ପ୍ରଚାର କଲେ ନରସିଂହ, ଏକ ଦକ୍ଷ ଜିଲ୍ଲାପରିଷଦ ଗଠନ ପାଇଁ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ : ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକେ ଗତ ପାଞ୍ଚ ବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଦଳକୁ ବହୁ ପରିମାଣରେ ଭୋଟ ଦେଇ ବିଜୟୀ କରିଥିଲେ । ଆଶା କରିଥିଲେ ଆପଣଙ୍କ ଅଂଚଳର ବିକାଶ ହେବ । କିନ୍ତୁ ବିକାଶ ହେବା ତ ଦୁରର କଥା ବିଜେପି ଦଳର କୌଣସି ଜିଲ୍ଲା ପରିଷଦ ସଭ୍ୟ ବା ଅଧ୍ୟକ୍ଷ ତାଙ୍କ ଅଂଚଳର ଭୋଟଦାତା ମାନଙ୍କ ପାଖକୁ ଥରେ ମଧ୍ୟ ପହଞ୍ଚି ପାରିଲେ ନାହିଁ । ତେଣୁ ଯଦି ଅଂଚଳର ସର୍ବାଙ୍ଗୀନ ବିକାଶ ଚାହୁଁଛନ୍ତି ତାହେଲେ, ଏକ ଦକ୍ଷ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସ ଦଳକୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋନ ନଂ. ୩୩ର କୁଶଙ୍ଗ, ପିପିଲି, ସୁଜିଆ, ବୁର୍ଡା, ମାଣ୍ଡିଆପଦର, ହିରାପୁର, ବାଦିବାହାଲ ଓ ଯୋଗିସୁର୍ଡା ଗ୍ରାମରେ କଂଗ୍ରେସ ପ୍ରାର୍ଥିନୀଙ୍କ ପାଇଁ ଭୋଟ ପ୍ରଚାର ସମୟରେ କହିଛନ୍ତି ବଲଙ୍ଗିର ବିଧାୟକ ନରସିଂହ ମିଶ୍ର । ଘରକୁ ଘର ବୁଲି ଜୋନ ନଂ. ୩୩ର ପ୍ରାର୍ଥିନୀ ଶ୍ରୀମତି ବେହେରାଙ୍କ ପାଇଁ ଭୋଟ ପ୍ରଚାର ପତ୍ର ବାଣ୍ଟିବା ସମୟରେ ସେ ଆହୁରି କହିଛନ୍ତି ଯେ, ପ୍ରତିଶୃତି ପରେ ପ୍ରତାରଣା ଦେବାରେ ଉଭୟ ବିଜେପି ଓ ବିଜେଡି ଦଳ ବେଶ ପାରଙ୍ଗମ । ନାରୀ ନିର୍ଯ୍ୟାତନା ହେଉ କି ଆଦିବାସୀ ଓ ପଛୁଆ ବର୍ଗଙ୍କୁ ନିର୍ବାଚନୀ ସଂରକ୍ଷଣରୁ ବାଦ ଦେବା ଘଟଣା ହେଉ ଏସମସ୍ତ ଘଟଣାରେ ବିଜେଡି ଦଳ ଓ ନବୀନ ସରକାର ଜନବିରୋଧୀ ବୋଲି ସାରା ରାଜ୍ୟରେ ପ୍ରମାଣିତ ହୋଇ ସାରିଛି । ଉଭୟ ବିଜେପି ଓ ବିଜେଡି ଦଳକୁ ଜନତା ଜନାର୍ଦ୍ଦନ ଏକ ସ୍ଥାୟୀ ସରକାର ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଯୋଗଇ ଥିଲେ । ସେ ଦୃଷ୍ଟିରୁ କେନ୍ଦ୍ରରେ ବିଜେପି ଗତ ସାତ ବର୍ଷ ହେବ ଗାଦିରେ ଥିବା ବେଳେ ରାଜ୍ୟରେ ବିଗତ ୨୦ ବର୍ଷ ହେବ ବଜେଡି ସରକାର ରହିଛି । କିନ୍ତୁ ଭୋଟ ଦେବାରେ ଜନତାଙ୍କ ପୁର୍ଣ୍ଣ ସହେଯାଗ ସତ୍ୱେ ଉଭୟ ଦଳ ସେହି ଜନତାଙ୍କୁ ଦୁର୍ଦିନକୁ ଟାଣି ଆଣିଛନ୍ତି । ଚାଷୀକୁ ସଠିକ ଅମଳ ମୂଲ୍ୟ, ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା, ଶିକ୍ଷିତଙ୍କୁ ରୋଜଗାର, ସମାଜରେ ସୁରକ୍ଷା, ଦରଦାମ ନିୟନ୍ତ୍ରଣ ଓ ଅସହାୟଙ୍କୁ ସହାୟ ହେବାରେ ଉଭୟେ ସଂପୁର୍ଣ୍ଣ ଫେଲ ମାରିଥିବା ସ୍ପଷ୍ଟ ହୋଇଛି । ଜନତାଙ୍କ ଏହି ଦୁର୍ଦ୍ଦଶାଜନକ ସ୍ଥିତି ପାଇଁ ଲୋକେ ଏଥର ପୁଣି କଂଗ୍ରେସ ଉପରେ ନିଜର ଅସ୍ଥା ପ୍ରକଟ କରୁଛନ୍ତି । ତେଣୁ ଆପଣମାନଙ୍କୁ ଅନୁରୋଧ ଏଥର ଭୋଟ ସମସୟରେ ଆଉ ଏହି ବିଜେପି, ବିଜେଡିର ଠକେଇରେ ନପଡି କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେବା ପାଇଁ ବିଧାୟକ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ସଚେତନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଓ ଜୋନ ନଂ. ୩୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ତନୟା ବେହେରାଙ୍କ ବ୍ୟତିତ କଂଗ୍ରେସର ଜିଲ୍ଲା ସଭାପତି ଦିଲିପ ବେହେରା, ଟଙ୍କଧର ଗଡତିଆ, ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ସାହୁ ଓ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.