କଂଟାବାଂଜି, (ମନୀଶ କୁମାର ହଂସ) : ଦିନକୁ ଦିନ ବଢ଼ି ଚାଲିଛି କୋଭିଡ଼ ସଂକ୍ରମଣ କଂଟାବାଂଜି ସହରରେ । ଏଭଳି ସମୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଂଟାବାଂଜି ଗସ୍ତ କରି ସ୍ଥାନୀୟ ଡାକ୍ତରଖାନାରେ ପହଂଚିଥିବା ବେଳେ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଗତ କିଛି ଦିନ ତଳେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଘଟିଥବା ଘଟଣାରେ ଭଂଗାରୁଜା ହୋଇଥିବା ଝର୍କା ଆଦି ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଳେ । ତେବେ ଘଟଣା ଘଟିଥିବା ଏତେ ଦିନ ପର୍ଯ୍ୟନ୍ତ କାହିଁକି ଏସବୁ ମରାମତି ହୋଇନାହିଁ ବୋଲି ସେ ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଇଛି । ତେବେ ଡାକ୍ତରଖାନା ପରିଦର୍ଶନ ପରେ କେତେକ କୋଭିଡ୍ ଆକ୍ରାନ୍ତଙ୍କ ଘରକୁ ଯାଇ ମଧ୍ୟ ସେମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ଏଥି ସହିତ ସହରର କୋଭିଡ୍ ଗାଇଡ୍ ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ଅଧିକାରୀମାନଙ୍କ ସେ ନିର୍ଦ୍ଦେଶ ଦେଇଥିବା ସୂଚନାରେ କୁହାଯାଇଛି ।