କରୋନାର ବିସ୍ଫୋଟକ ସ୍ଥିତିକୁ ମୁକାବିଲା ପାଇଁ ଅଂଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ବିସ୍ଫୋଟକ ରୂପ ଧାରଣ କରିଥିବା ବେଳେ ଏହାର ମୁକାବିଲା ସହ ଜିଲ୍ଲାବାସୀଙ୍କୁ ସୁସ୍ଥ, ନିରାପଦ ରଖିବା ସହ ସଂକ୍ରମିତଙ୍କୁ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଖୁବ୍ ଶୀଘ୍ର କୋଭିଡ୍ ହସ୍ପିଟାଲ୍‌ରେ ୫ଶହ ଓ କିମସ୍ କୋଭିଡ୍ ହସ୍ପିଟାଲରେ ୫୦ ଟି ଆଇସିୟୁ ବେଡ୍ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ଚଞ୍ଚଲ ରାଣା ସୂଚନା ଦେଇଛନ୍ତି । ଜିଲ୍ଲାରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପର୍ୟ୍ୟାପ୍ତ ପରିମାଣର ଅକ୍ସିଜେନ୍ ମହଜୁଦ ରହିଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.