ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ

ବାରିପଦା : ବାତ୍ୟା ‘ୟାସ’‌ର କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ । ଆଜି କେନ୍ଦ୍ରୀୟ ଟିମ ବାଲେଶ୍ୱରରୁ ଆସି ମୟୁରଭଞ୍ଜ ଜିଲ୍ଲା ବାରିପଦା ସର୍କିଟ ହାଉସ ପହଁଚିବେ । ପ୍ରଥମେ ଗୋପବନ୍ଧୁ ନଗର ବ୍ଲକ କୁଆମରା ଅଂଚଳକୁ ଟିମ ଯିବ । ଏହା ପରେ କୁଆମରା ପୁଲିସ ଆଉଟ ପୋଷ୍ଟ ବୁଲିବାପରେ ଖୁଣ୍ଟା ବ୍ଲକର ବିଶିପୁର ଅଂଚଳକୁ ପରିଦର୍ଶନ କରିବେ । ପରେ ଖୁଣ୍ଟା ବ୍ଲକ ବିଶିପୁର ଗ୍ରାମ ପଂଚାୟତ ୟୁପି ସ୍କୁଲ ବିଲ୍ଡିଂକୁ ଅନୁଧ୍ୟାନ କରିବେ । ତା ପରେ ଉଦଳା ବ୍ଲକ ଯାଇ ସେଠାରେ ୟାସରେ କ୍ଷତି ଘଟିଥିବା ସମ୍ପର୍କରେ ଆଲୋଚନା କରିବା ସହ ଉଦଳା ବ୍ଲକ ଦୁତିକାଦେଇପୁର ଅଂଚଳରେ ନଷ୍ଟ ହୋଇଥିବା ଘର ଦେଖିବେ ।

ଏହା ପରେ ଉଦଳାରୁ ବାରିପଦା ଯିବେ ଓ ବାରିପଦାରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାପରେ ବାରିପଦା ଛଉ ପଡିଆରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଯିବାର କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.