oom

ଯାଦବ ସମାଜ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯାଦବ ସମାଜର ଉପଖଣ୍ଡ ସଭାପତି ଓ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ଜାଲଙ୍କ ସଭାପତିତ୍ୱରେ ପୁଞ୍ଜିପଥର ଛକଠାରେ ପଦ୍ମପୁର ରାଜବୋଡାମ୍ବର ଉପଖଣ୍ଡ ସ୍ତରିୟ ଆସନ୍ତା ଅଗଷ୍ଟ ମାସରେ କାର୍ଯ୍ୟକାରିଣୀ ବୈଠକ ପାଇଁ ପ୍ରସ୍ତୁତି ଏବଂ ସମାଧାନ ବୈଠକ ହୋଇଥିଲା। ଏଠାରେ ସାତଟି ବ୍ଲକ ଓ ତିନୋଟି ଏନ୍.ଏ.ସି. ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ, ବିଜେପୁର, ସୋହେଲା ଏବଂ ବରପାଲି ସଭାପତି ଓ କର୍ମକର୍ତ୍ତାଙ୍କ ସହିତ ବହୁ ସଂଖ୍ୟା ରେ ଉପସ୍ଥିତ ହୋଇଥିଲେ । ଏହି ବୈଠକରେ ସଙ୍ଗଠନକୁ ମଜବୁତ କରିବା ଏବଂ ଶିକ୍ଷା ସଂସ୍କାରକୁ ଗୁରୁତ୍ୱ ଦେବାପାଇଁ ସ୍ତିର କରାଯାଇଛି । ଉପଖଣ୍ଡର ସକ୍ରିୟ ସଦସ୍ୟ ଓମ ପ୍ରକାଶ ଭୋଇ, ପରକ୍ଷିତ ବନଛୋର, ଦେବାର୍ଚନ ବାଗ. କଂଗ୍ରେସ ହସଂ ଦିବ୍ୟକିଶୋର ବାଗ, ଉଦ୍ଧବ ଭୋଇ, ମାଷ୍ଟର ବାଗ, ଶ୍ରୀନିବାସ ବାଗ, ଯୁଧିଷ୍ଠିର ସଗରିଆ, ଡୁଗୁରୁ ଭୋଇ, ନୀଳାଦ୍ରି ମହାକୁର, ଝାସକେତନ ବଗର୍ତ୍ତି, ସାହେବ କୁଦେଇ, ରାମଚନ୍ଦ୍ର ବାଗ, ମନଫୁଲ ଭୋଇ, ଖାଡିଆ ବଗର୍ତ୍ତି, ଗୋବିନ୍ଦ ଜୁଆଡି, ହେମନ୍ତ ପୁଞ୍ଜି ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.