ମୁରିବାହାଲରେ ବ୍ଲକସ୍ତରୀୟ ଯାଦବ ମହାସଭା ନୂଆଁଖାଈ ଭେଟଘାଟ : ଶିକ୍ଷା, ଆର୍ଥିକ ଓ ରାଜନୈତିକ ଅଧିକାର ଉପରେ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଧନୁଯାତ୍ରା ପଡିଆଠାରେ ଆଜି ମୁରିବାହାଲ ବ୍ଲକସ୍ତରୀୟ ଯାଦବ ମହାସଭା ନୂଆଁଖାଈ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଘୁମୁରା ଓ ଗୌଡ଼ ବାଡି ସହ ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁରିବାହାଲ ପଞ୍ଚାୟତ ସମିତି ହାଇସ୍କୁଲ ଠାରୁ ବିରାଟ ବାଇକ ରାଲିରେ ବାହାରି ବ୍ଲକ ଛକ, ମୁରିବାହାଲ ବସ୍ତି, ଘଣ୍ଟବାହାଲ, ରେଲୱେ ଷ୍ଟେସନ, ଯାଦବ ଭବନ ଦେଇ ସଭାସ୍ଥଳରେ ପହଞ୍ଚିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଚଣ୍ଡୀ ସମଲେଇ ଓ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ ଯୁବ ଯାଦବ ମହାସଭାର ସଭାପତି ଗଙ୍ଗାଧର ହେର୍ନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ ପ୍ରଦୀପ ବେହେରା, ମୁଖ୍ୟବକ୍ତା ଭାବେ କୋମନା ହାଇସ୍କୁଲ ଶିକ୍ଷକ ପ୍ରେମସିନ୍ଧୁ ହେର୍ନା, ସମ୍ମାନୀୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ପ୍ରକଳ୍ପ ବିଭାଗ ସଭାପତି ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ସଭାପତି ଘିନୁ ଆଡ଼ଜୁଆଡ଼, ଯାଦବ ସମାଜ ଜିଲ୍ଲା ସଂଯୋଜକ ମନୋଜ ହାତୀ, ମୁରିବାହାଲ ବ୍ଲକ ସଭାପତି ତୀର୍ଥ ହାତୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ରାଧେଶ୍ୟାମ କେତକୀ, ତୁରେକେଲା ବ୍ଲକ ସଭାପତି ମକରନ୍ଦ ନିଆଲ, ବେଳପଡା ବ୍ଲକ ସଭାପତି ଗୋକୁଳ ଖର୍ସେଲ, ବଙ୍ଗୋମୁଣ୍ଡା ବ୍ଲକ ସାଧାରଣ ସମ୍ପାଦକ ମୁନିରାମ ନାଗ, ଜିଲ୍ଲା ସଭାପତି ପରମାନନ୍ଦ ହାତୀ, ପୂର୍ବତନ ପୋଷ୍ଟମାଷ୍ଟର ଘନଶ୍ୟାମ କରୁଆଁ, ତୁରେକେଲା ବ୍ଲକ ଉପସଭାପତି ଜୟଦେବ ଷାଣ୍ଢ, ଟିଟିଲାଗଡ଼ ଯାଦବ ମହାସଭାର ସମ୍ପାଦକ କୁନା ଭାଟି, ମୁରିବାହାଲ ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନି ହାତୀ, ସଭାନେତ୍ରୀ ଦେବକୀ ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ଆର୍ଥିକ ଓ ରାଜନୈତିକ ଅଧିକାର ଉପରେ ଗୁରୁତ୍ୱ ଦେବା ପାଇଁ ଅତିଥି ମାନେ ଆହ୍ୱାନ ଦେଇଥିଲେ । ଯାଦବ ସମାଜର ବିଭିନ୍ନ ବ୍ୟକ୍ତି ବିଶେଷ ସାମ୍ବାଦିକତା କ୍ଷେତ୍ରରେ କଣ୍ଟାବାଞ୍ଜିର ହୁଲେଶ୍ୱର ହଂସ, କଳିଙ୍ଗ ଟିଭିର କଣ୍ଟାବାଞ୍ଜି ପ୍ରତିନିଧି ଦୀପକ ଯାଦବ, ମାଟ୍ରିକ ଜିଲ୍ଲା ଟପ୍ପର ୟଶବର୍ଦ୍ଧନ ମହାକୁର, ଓଡ଼ିଆ ଅଧ୍ୟାପିକା କଳ୍ପନା ଷାଣ୍ଢ, ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରଜ୍ଞପ୍ରତୀକ ନିଆଲ, ସୀମା ସୁରକ୍ଷା ବାହିନୀ ବନମାଳୀ ହାତୀ, ଜନାର୍ଦ୍ଦନ ବଗର୍ତ୍ତି, ମାନଭଞ୍ଜନ ପୋଡ଼ ପ୍ରମୁଖଙ୍କୁ ଯାଦବ ଗୌରବ ସମ୍ମାନରେ ମାନପତ୍ର ସହ ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଲଗୁନି ହାତୀ, ବଜରଙ୍ଗ ଷାଣ୍ଢ, ମନୁ ହଂସ, ସୁଧାଂଶୁ ପୋଡ଼, କରନ ଜାଲ, ସାମନ୍ତ ବାଗ, ଗିରିଧାରୀ ଛତ୍ରୀଆ, ଉଦିତ କଟା, ଅଜିତ ବାଗ, ପିଙ୍କୁ ହାତୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପରିବେଷଣ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ କୃତୀ ଛାତ୍ରଛାତ୍ରୀ ଯୁବକ ଯୁବତୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ତେଜୁରାମ ବାଗ ସ୍ୱାଗତ ଭାଷଣ ଦେଇଥିଲେ । ମୁରିବାହାଲ ବ୍ଲକ ଯାଦବ ସମାଜ ସାଧାରଣ ସମ୍ପାଦକ ତରୁଣ ପୋଢ଼ ସଭା ସଂଯୋଜନା କରିଥିଲେ । ଶେଷରେ ଜନାର୍ଦ୍ଦନ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।