oom

ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ବୈଠକ ଅନୁଷ୍ଠିତ ଓ ନୂତନ କର୍ମକର୍ତ୍ତା ମନୋନୟନ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଗରଗଡ଼ବାହାଲ ଚାହାରପଡାଠାରେ ବ୍ଲକ ଯାଦବ ପରିଚାଳନା କମିଟିର କର୍ମକର୍ତ୍ତା ଓ ଅଞ୍ଚଳର ଯାଦବ ବୃନ୍ଦମାନଙ୍କୁ ନେଇ ବ୍ଲକ ଯାଦବ ମହାସଭା ସଭାପତି ଗଙ୍ଗାଧର ହେର୍ଣ୍ଣାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବୈଠକରେ ଗରଗଡ଼ବାହାଲ ପଞ୍ଚାୟତର ଯାଦବ ସମାଜ ପରିଚାଳନା କମିଟି ଓ ଯୁବ ଯାଦବ ପରିଚାଳନା କମିଟି ଗଠନ ସମ୍ବନ୍ଧରେ ବିଚାର ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତରୁଣ ପୋଢ଼, ଜିତେନ୍ ହାତି, ମାନପତି ଷାଣ୍ଢ, ପ୍ରଦୀପ ବଛା, ସୁମନ୍ତ ବାଗ, ଅତିଥି ଭାବେ ଯୋଗଦେଇଥିଲେ । ଆଲୋଚନା ପରେ ଗରଗଡ଼ବାହାଲ ପଞ୍ଚାୟତ ଯାଦବ ସମାଜର ନୂତନ ସଭାପତି ରୂପେ ଇନ୍ଦ୍ରମଣି ବାଗ, ଯୁବ ଯାଦବ ସଭାପତି ହୃଦାନଦ ବାଗ, ଉପ ସଭାପତି ଚନ୍ଦ୍ରହାସ୍ୟ ବାଗ, ସାଧାରଣ ସମ୍ପାଦକ ହେମନ୍ତ ବାଗ, ସହ ସମ୍ପାଦକ ଶେଷଦେବ ବାଗ, କୋଷାଧକ୍ଷ ଚୁଡାମଣି ହାତି, ଯୁବ ଯାଦବ କମିଟି ସଭାପତି ହୃଦାନନ୍ଦ ବାଗ, ଉପ ସଭାପତି ଗୋବର୍ଦ୍ଧନ ବାଗ, ସାଧାରଣ ସମ୍ପାଦକ ଦୁଧେଶ୍ୱର ବାଗ, ସହ ସମ୍ପାଦକ ଡୋଳାମଣି ଆଡଜୁଆଡ଼, କୋଷାଧକ୍ଷ ପବିତ୍ର ହାତି, ଉପଦେଷ୍ଟା କମିଟିରେ ବଂଶୀଧର ବାଗ, ହଜାରି ବଗର୍ତ୍ତୀ, ବସନ୍ତ ବାଗ, ରୁପାଧର ହାତି, ବିରଞ୍ଚି ବାଗ, ଧୂବଲେ ଠେଲା, ସୋମନାଥ ଭଇଁସାଲ, ଗଙ୍ଗାଧର ବାଗ, ଜଗଦିଶ ବାଗ, ହୃଷିକେଶ ବାଗ, ହୀରାଧର ବାଗ, ମଗଶିର ବାଗ, ଚନ୍ଦ୍ର ଖର୍ସେଲ, ପ୍ରହ୍ଲାଦ ବାଗ, ସଞ୍ଜୟ ବାଗ, ଭୈରବ ବାଗ ପ୍ରମୁଖ କମିଟି ଗଠନରେ ସହଯୋଗ କରିଥିଲେ । ଯୁବଯାଦବ ସଭାପତି ହୃଦାନନ୍ଦ ବାଗ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.