ହେଣ୍ଡକ୍ରାଫ୍ଟ ମାଧ୍ୟମରେ ୱାର୍ଲ୍ଡ କପ୍‌ ତିଆରି କଲେ ତପସ୍ୱିନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କ୍ରିକେଟ୍‌ ବିଶ୍ୱ କପ୍‌ ଫାଇନାଲ୍‌ ମ୍ୟାଚ୍‌। ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଭାରତର ବିଜୟକୁ ନେଇ ସାରା ଭାରତରେ ଉତ୍ସାହ ଦେଖାଦେଇଛି । ଭାରତର ଆବାଳ ବୃଦ୍ଧ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ବିଶ୍ୱ କପ୍‌ ହାତେଇବ ଭାରତ । ଭାରତର ବିଜୟ ପାଇଁ କିଏ ପ୍ରାର୍ଥନା କରୁଛି ତ’ ଆଉ କିଏ ନିଜ ନିଜ ଭିତରେ ଜବର୍‌ଦସ୍ତ ଆଲୋଚନାରେ ଲାଗିପଡ଼ିଛି । ମ୍ୟାଚ୍‌ ଦେଖିବାକୁ ସମସ୍ତଙ୍କ ଆଗ୍ରହ । ଏହି କ୍ରମରେ ଆଜି ଜଣେ ଭଉଣୀ ହେଣ୍ଡ କ୍ରାଫ୍ଟ ମାଧ୍ୟମରେ ବିଶ୍ୱକପ୍‌ ପ୍ରସ୍ତୁୂତ କରି ଭାରତର ବିଜୟ ପାଇଁ କାମନା କରିଛନ୍ତି । ଆଶା ପୋଷଣ କରିଛନ୍ତି, ଭାରତ ନିଶ୍ଚୟ ବିଜୟୀ ହେବ ଓ ବିଶ୍ୱ କପ୍‌ ସାଉଁଟି ଆଣିବ । ସେ ଭଉଣୀ ଜଣକ ହେଉଛନ୍ତି ବଲାଙ୍ଗିର ଶାନ୍ତିପଡ଼ା ନିବାସୀ ତପସ୍ୱିନୀ ସାହୁ ।

Leave A Reply

Your email address will not be published.