centurian jitm

କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ରାଉତଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଗଛର ଯତ୍ନ ନେବାର ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ । ଜଙ୍ଗଲ କ୍ଷୟର କାରଣ ଓ ନିରାକରଣ ବିଷୟକୁ ନେଇ କୁଇଜ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନ ଶିକ୍ଷକ ତୁଳସୀରାମ ଭୋଇ ଉଦ୍ଦେଶ୍ୟ ଜ୍ଞାପନ କରି ଚଳିତ ବର୍ଷର ବାର୍ତ୍ତା ଜଙ୍ଗଲ ଓ ଖାଦ୍ୟ ରହିଛି ବୋଲି କହିଥିଲେ । ସମସ୍ତେ ଜଙ୍ଗଲ ସୁରକ୍ଷା କରିବା ସହ ନିଆଁ ଦାଉରୁ ସୁରକ୍ଷା ଦେବା ଓ ନୂତନ ଗଛ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଛାତ୍ର ଦେବେନ୍ଦ୍ର ବାଦୀ, ପ୍ରୟାସ ନାଏକ, ଆଦିତ୍ୟ ମହାନନ୍ଦ, ରୁପେଶ ମହାକୁର, ସତ୍ୟମ ନାଏକ, ସମ୍ବିତ ପଧାନ, ସ୍ୱଜିତ ନାଏକ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଶମ୍ଭୁପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.