
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ପ୍ରମିଳା ଭୁଏଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଜଳ ଉତ୍ସ ଗୁଡିକର ଯତ୍ନ ନେବାର ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ । ଜଳ ପ୍ରଦୂଷଣର କାରଣ ଓ ନିରାକରଣ ବିଷୟକୁ ନେଇ କୁଇଜ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ ଉଦ୍ଦେଶ୍ୟ ଜ୍ଞାପନ କରି ଚଳିତ ବର୍ଷର ବାର୍ତ୍ତା ହିମବାହ ସଂରକ୍ଷଣ ରହିଛି ବୋଲି କହିଥିଲେ । ସମସ୍ତେ ଜଳ ସଂରକ୍ଷଣ କରିବା ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ନେଇଥିଲେ । ଶିକ୍ଷକ ଅଭିରାମ ପରାଭୂଏ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ଓ ଏସ୍ଏମ୍ସି ସଭ୍ୟସଭ୍ୟା ସହଯୋଗ କରିଥିଲେ ।