ପୂର୍ବ ୱାର୍ଡ଼ସଭ୍ୟ ଜଳ ବକୁଳଙ୍କ ଦେହାନ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗାଁର ପୂର୍ବତନ ୱାର୍ଡ଼ ସଭ୍ୟ ଜଳ ବକୁଲ (୯୦)ଙ୍କ ସୋମବାର ଦିନ ନିଜ ବାସ ଭବନ କୁମ୍ଭାରୀରେ ଦେହାନ୍ତ ହୋଇଯାଇଛି । ତାଙ୍କ ୩ ପୁଅ ଭକ୍ତ, ଚୁଡ଼ାମଣୀ ଓ ସୁଦାମ । ସେ ଜଣେ ମିଷ୍ଠ ଭାଷୀ ପରୋପକାରୀ ଲୋକଭାବେ ବେଶ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସଇଁନ୍ତଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ନାଦ ନଦୀଠାରେ ତାଙ୍କର ଶେଷ କୃତ୍ୟ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଭକ୍ତ ବକୁଳ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.