ବଲାଙ୍ଗିରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ୱାକାଥନ୍‌ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ୱାକାଥନ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ସାଢେ ୭ଟା ସମୟରେ ବଲାଙ୍ଗିର କୋଶଳ କଳା ମଣ୍ଡଳରୁ ଏକ ବିରାଟ ର‍୍ୟାଲି ବାହାରି ସହର ପରିକ୍ରମା କରିବା ପରେ ପୁଣି କୋଶଳ କଳା ମଣ୍ଡଳରେ ପହଂଚିଛି । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ଓଡ଼ିଶାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଥିବା ବେଳେ ବଲାଙ୍ଗିରରେ ମଧ୍ୟ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହା ପାଳିତ ହେଉଛି । ଏହି କ୍ରମରେ ଆଜି ସକାଳୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ଏନ୍‌ସିସି କ୍ୟାଡେଡ୍‌ ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ୱାକାଥନ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଦୁର୍ନୀତିକୁ ବିରୋଧ କରିବା ସହ ରାଷ୍ଟ୍ର ପ୍ରତି ସମର୍ପିତ ରହିବା ହେଉଛି ଏହି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ମୂଳ ଲକ୍ଷ୍ୟ ବୋଲି ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର ଡିଏସ୍‌ପି ପୁଲସ୍ତି ଛତ୍ରିଆ କହିଛନ୍ତି ।

Leave A Reply

Your email address will not be published.

error: Content is protected !!