ପୁରୁଣା ଗଡ଼ରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଭୋଟ ପ୍ରଚାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଜିଲ୍ଲା ପରିଷଦ ଜୋନ ୧ ଓ ୨ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗତକାଲି ଭାଜପା ପ୍ରାର୍ଥୀ ସପକ୍ଷରେ ଭୋଟ ପ୍ରଚାର କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ଭୋଟ ପ୍ରଚାରରେ ଭୋଟର ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ମଣ୍ଡଳୀ ପୁନଃ ଗଠନ ପୂର୍ବରୁ ଅତାବିରା ଅଞ୍ଚଳ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରହିଥିଲା । ସେ ସମୟରୁ ଏହି ଅଞ୍ଚଳରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଭୋଟ ବ୍ୟାଙ୍କ ଭାବେ ପରିଚିତ ରହିଥିଲା । ବହୁ ଦିନ ପରେ ଏ ଅଞ୍ଚଳର ଲୋକମାନେ ତାଙ୍କ ପୁରୁଣା ନେତାଙ୍କୁ ଦେଖି ଉତ୍ସାହିତ ହୋଇ ପ୍ରଚାରରେ ମଧ୍ୟ ସାମିଲ ହୋଇ ଥିବା ଦେଖିବାକୁ ମିଳିଥିଲା । ସେହିପରି ଗତକାଲି ବରଗଡ଼ ଜିଲ୍ଲା ପରିଷଦ ଜୋନ ୨ ପାଇଁ ବିଜେଡ଼ି ପକ୍ଷରୁ ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ରଙ୍କ ନେତୃତ୍ୱରେ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ, ବିଜେଡି ନଗର ସଭାନେତ୍ରୀ କଳ୍ପନା ମାଝୀ ଭୋଟ ପ୍ରଚାର କରିଥିଲେ । ବରଗଡ଼ ଜିଲ୍ଲା ପରିଷଦ ୩ ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଘର ଘର ବୁଲି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ କହୁଥିଲେ ।

Leave A Reply

Your email address will not be published.