ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଭୋଟ ଗ୍ରହଣ କେନ୍ଦ୍ରର ପ୍ରସ୍ତୁତି ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଜିଲ୍ଲାର ୪ଟି ବ୍ଲକର ୬୭ ପଞ୍ଚାୟତର ୮୬୯ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ଏଥିରେ ୨୭୨୧୩୨ ଜଣ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନ ମଇଦାନରେ ଏଥର ବିଭିନ୍ନ ପଦ ପାଇଁ ୧୫୯୯ ପ୍ରାର୍ଥୀ ରହିଛନ୍ତି । ଚଳିତ ଥର ପ୍ରତି ବ୍ଲକରେ ଦୁଇଟି ପିଙ୍କ୍ ବୁଥ ଏବଂ ଗୋଟିଏ ମୋଡେଲ ବୁଥ ରହିଛି । ପିଙ୍କ୍ ବୁଥରେ କେବଳ ମହିଳାମାନେ ଭୋଟ ଦାନ କରିବେ । ସେହିପରି ବୁଥରେ ମହିଳା ଅଧିକାରୀମାନେ ନିର୍ବାଚନ ପରିଚାଳନା କରିବେ । ଏଥିପାଇଁ ବୁଥରେ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ରୁଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ ଦରଲ୍ଲିପାଲିରେ ପିଙ୍କ୍ ଭୋଟ ଗ୍ରହଣ କେନ୍ଦ୍ରକୁ ଆମ୍ଭାଭୋନା ଓ ଭଟଲି ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ସଦାକର କୁମ୍ଭାର, ଅମ୍ଭାଭୋନା ବ୍ଲକ ଅଧିକାରୀ ସୁଶ୍ରୀ ଅନୁପମା ଘୋଷ, ରୁଚିଦା ଜିପିଇଓ ଭୁବନେଶ୍ଵର ପ୍ରଧାନ ତଦାରଖ କରିଥିଲେ ।

Leave A Reply

Your email address will not be published.