କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଂଚାୟତର ସରପଂଚ ପଦବୀ ପାଇଁ ହୋଇଥିବା ଉପ-ନିର୍ବାଚନୀର ଫଳାଫଳ ଗୁରୁବାର ଦିନ ପ୍ରକାଶିତ ହୋଇଛି । ଏହି ଫଳାଫଳରେ ଲୋକନାଥ ଥପା ୨୪୦ ଭୋଟ ଅଧିକ ପାଇ ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ଥିବା ସରପଂଚ ପ୍ରଫୁଲ୍ଲ ବାଗଙ୍କ ଅକାଳ ବିୟୋଗରେ ଗତ ମଇ ୨ ତାରିଖ ଦିନ ଉପ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନୀରେ ପୂର୍ବତନ ସରପଂଚ ଶ୍ରୀମତୀ ନୌକେଶି ସିପ୍କା(୧୯ଟି ଭୋଟ), ପୂର୍ବତନ ସମିତି ସଭ୍ୟ ଧାମନଡଙ୍ଗା ଖେଲନ୍ତି ସମରଥ(୧୨୩ଟି ଭୋଟ), ଗଫାର ଖାନ (୧୬୬୩ଟି ଭୋଟ) ଓ ପୂର୍ବତନ ହିଆଁଲ ସମିତି ସଭ୍ୟ ଲୋକନାଥ ଥପା (୧୯୦୩ ଭୋଟ) ପାଇଥିଲେ ଯାହା ଆଜି ତୁରେକେଲା ବ୍ଲକ କନଫରରେନ୍ସ ହଲରେ ଗଣତି ହୋଇଥିଲା । ଶ୍ରୀ ଥପା ୨୪୦ଟି ଭୋଟ ପାଇ ବିଜୟୀ ସରପଂଚ ଭାବେ ଘୋଷିତ ହାଇଛନ୍ତି । ଶ୍ରୀ ଥପାଙ୍କ ଅଜା ଓ ପିତା ପୂର୍ବରୁ କୁଇବାହାଲ ଏବଂ ହିଆଁଲ ପଂଚାୟତର ୪ଥର ଲେଖାଏଁ ସରପଂଚ ହୋଇଥିବା ବେଳେ ସେ ପ୍ରଥମ କରି ଉପନିର୍ବାଚନୀରେ ସରପଂଚ ଭାବେ ବିଜୟୀ ହୋଇଛନ୍ତି । ଭୋଟ ଗଣତି ସମୟରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବ୍ଲକ ନିର୍ବାଚନ ଅଧିକାରୀ ବି.ଡି.ଓ. ଦେବାଶିଷ ସାମଲ, କଂଟାବାଂଜି ପୋଲିସ ଏସ.ଡି.ପି.ଓ.କଂଟାବାଂଜି ଗୌରାଂଗ ଚରଣ ସାହୁ, କଂଟାବାଂଜି ପୋଲିସ ଆଇ.ଆଇ.ସି. ଶ୍ରୀମତୀ ରଶ୍ମିତା ବେହେରା, ତୁରେକେଲା ଥାନା ଅଧିକାରୀ, ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ ।