ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଠୁ ଆରମ୍ଭ ହୋଇ ୩ ଦିନ ଧରି ଭୋଟ ଗଣତି ପ୍ରକ୍ରିୟା ଜାରି ରହିବ । ତେବେ ୧୪ଟି କେନ୍ଦ୍ରରେ ଭୋଟ ଗଣତି ପାଇଁ ୫୮୮ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଭୋଟ ଗଣତି କାର୍ଯ୍ୟ ଶୃଙ୍ଖଳାର ସହ ସମାପନ କରିବାକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ବିଶେଷ ସତର୍କତା ଅବଳମ୍ବନ କରିଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ ତିନୋଟି ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ନିଜ ବିଜୟ ପାଇଁ ଆଶା ବାନ୍ଧି ରହିଛନ୍ତି, ଯଦି ବି ଫଳାଫଳ ଜାଣିବା ପାଇଁ ଆଉ ଖୁବ୍ କମ୍ ଅବଧି ରହିଛି ।