ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ନିମନ୍ତେ ଗଞ୍ଜାମ ପୋଲିସର ବିଭିନ୍ନ ସ୍ଥାନରେ ଯାଞ୍ଚ କଡାକଡି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଆଜି ସକାଳେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡ଼ି କରିବାରେ ବ୍ୟସ୍ତ ଅଛି । ମତଦାନ କେନ୍ଦ୍ରଗୁଡିକରେ ଅବାଧ ଓ ନିରପେକ୍ଷତା ଓ ଶୃଙ୍ଖଳିତ ବ୍ୟବସ୍ଥା କରିବା ନିମନ୍ତେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଟାଉନ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଛତ୍ରପୁର ବ୍ଳକ୍ ଅଧୀନସ୍ଥ ସମସ୍ତ ବୁଥ୍‌କୁ ଯାଞ୍ଚ କରି ଗୁଣ୍ଡାଗିରି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼କରି ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷତା ଦିଗରେ ଧ୍ୟାନ ଦେଇଛନ୍ତି ।

Leave A Reply

Your email address will not be published.