ବ୍ଲକ ବିଜେଡ଼ି ଯୁବ ସଭାପତିଙ୍କୁ ବିପୁଳ ଭୋଟରେ ହରାଇଲେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବିଜେଡି ଯୁବ ସଭାପତିଙ୍କୁ ବହୁଳ ଭୋଟରେ ହରାଇ କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ୱଜିତ୍ ପାତ୍ର (ପପୁ)। ତାଙ୍କ ବିପକ୍ଷରେ ବିଜେଡି ଦେଓଗାଁ ବ୍ଲକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ । ଦୁହେଁ ରାଜନୀତି କ୍ଷେତ୍ରରେ ଦୀର୍ଘ ଦିନରୁ ଯୋଗ ଦେଇ ନିଜ ନିଜ ଦଳକୁ ସମର୍ଥନ କରି ଆସୁଥିଲେ । ହେଲେ ଏହି ପଞ୍ଚାୟତ ନିର୍ବାଚନରେ ଦୁହେଁ ପ୍ରାର୍ଥୀ ଭାବେ ପଦାର୍ପଣ କରିଥିଲେ । ଦୁଇ ଜଣ ଯୁବ ସଂଗଠକ ପ୍ରାର୍ଥୀ ଛିଡ଼ା ହୋଇଥିବାରୁ ହାତୀସରା ପଞ୍ଚାୟତ ନାମାଙ୍କନ ପତ୍ର ଦାଖଲ ଦିନରୁ ଚର୍ଚ୍ଚାରେ ରହିଆସିଛି । ଏହି ନିର୍ବାଚନରେ ଶ୍ରୀ ସାହୁ ୯୬ଟି ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଶ୍ରୀ ପାତ୍ର ୧୫୧୧ଭୋଟ ପାଇ ବିପୁଳ ଭୋଟରେ ବିଜୟୀ ହୋଇ ଏହି ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.