ଆସନ୍ତାକାଲି ହରଭଙ୍ଗାରେ ହେବ ଭୋଟ ଗଣତି

ହରଭଙ୍ଗା : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ତିନୋଟି ପର୍ଯ୍ୟାୟରେ ଭୋଟଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି । ଶନିବାର ପ୍ରଥମ ପର୍ଯ୍ୟାୟ ଗଣନାରେ ହରଭଙ୍ଗା ବ୍ଲକର ୭ନଂ ଜିଲ୍ଲାପରିଷଦ ଜୋନ୍ ୭ଟି ପଂଚାୟତର ୬୮ ୱାର୍ଡସଭ୍ୟ, ୨୯ଜଣ ସରପଂଚ, ୨୩ ସମିତି ସଭ୍ୟ ଏବଂ ୩ଜଣ ଜିଲ୍ଲାପରିଷଦ ସଭ୍ୟ ଭଳି ମୋଟ ୧୨୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଭୋଟଗଣତି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପଂହଚିଥିବା ହରଭଙ୍ଗା ବି.ଡି.ଓ ଶ୍ମିତା ରଥ ସୂଚନା ଦେଇଛନ୍ତି । ଏଥିପାଇଁ ୮ଟି ଟେବୁଲ ଆୟୋଜନ କରାଯାଇଛି । ପ୍ରଥମେ ୱାର୍ଡମେମ୍ବର ପରେ ସରପଂଚ, ସମିତି ସଭ୍ୟ ଶେଷରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଗଣତି ହେବ । ଏଥିପାଇଁ ଗଣନା ଅଧିକାରୀଙ୍କ ନିକଟରେ ଜଣେ ଜଣେ ଏଜେଣ୍ଟ କିମ୍ବା ପ୍ରାର୍ଥୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ସକାଳ ୮ରୁ ଗଣତି ଆରମ୍ଭ ହେବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.