jayashree

ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ସଂପର୍କୀତ ସୂଚନା ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ସଂପର୍କୀତ ସୂଚନା ଜାରି କରାଯାଇଛି । ପାଟଣାଗଡ ବ୍ଲକର ତିନୋଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ପାଟଣାଗଡ ଜବହାରଲାଲ କଲେଜରେ ଗଣତି ହେବ । ବେଲପଡା ବ୍ଲକର ନିନୋଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ବେଲପଡାର ବିଏନ୍‌ଆର୍‌ଜିଏସ୍‌କେ ବିଲ୍‌ଡିଙ୍ଗ୍‌ ଠାରେ ଗଣତି ହେବାକୁ ସ୍ଥାନ ନିରୂପଣ ହୋଇଥିବା ବେଳେ ଖପ୍ରାଖୋଲ ବ୍ଲକର ଦୁଇଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ଖପ୍ରାଖୋଲ ସ୍ଥିତ ହରିଶଙ୍କର ଏଚ୍‌ଏସ୍‌ ସ୍କୁଲରେ ଗଣତି ହେବ । ସେହିପରି ଆଗଲପୁର ବ୍ଲକର ଦୁଇଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ଆଗଲପୁର ପଂଚାୟତ ସମିତି କନ୍‌ଫରେନ୍ସ ହଲ୍‌ରେ, ଲୋଇସିଂହା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ଲୋଇସିଂହା କଲେଜରେ, ପୁଇଁନ୍ତଲା ବ୍ଲକର ତିନୋଟିି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ, ବଙ୍ଗୋମୁଣ୍ଡା ବ୍ଲକର ୨ଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ବଙ୍ଗୋମୁଣ୍ଡା ପିଏସ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ, ତୁରେକଲୋ ବ୍ଲକର ଦୁଇଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ତୁରେକେଲା ଆର୍‌ଜିପିଏସ୍‌ ଏଚ୍‌ଏସ୍‌ କଲେଜରେ, ମୁରିବାହାଲ ବ୍ଲକର ୩ଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ମୁରିବାହଲ ପଂଚାୟତ ସମିତି ବିଲ୍‌ଡିଙ୍ଗରେ, ବଲାଙ୍ଗିର ବ୍ଲକର ଦୁଇଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ବଲାଙ୍ଗିର ଲର୍କିପାଲି ସ୍ଥିତ ସରକାରୀ ଆଇଟିଆଇ କଲେଜରେ, ଗୁଡେଭେଲା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ଗୁଡଭେଲା ବିଏନ୍‌ଆର୍‌ଜିଏସ୍‌କେ ବିଲ୍‌ଡିଙ୍ଗ୍‌ରେ, ଦେଓଗାଁ ବ୍ଲକର ଦୁଇଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ଦେଓଗାଁ ପଂଚାୟତ ସମିତି କନ୍‌ଫରେନ୍ସ ହଲରେ, ସଇଁନ୍ତଲା ବ୍ଲକର ତିନୋଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ସଇଁନ୍ତଲା ପିଏସ୍‌ କଲେଜରେ ଓ ଟିଟିଲାଗଡର ତିନୋଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ଟିଟିଲାଗଡ ସ୍ୱୟଂସାଶିତ କଲେଜରେ ଭୋଟ ଗଣତି ପାଇଁ ସ୍ଥାନ ନିରୂପଣ କରାଯାଇଛି । ତେବେ ଭୋଟ ଗଣତି ଆସନ୍ତା ୨୬ ତାରିଖରୁ ୨୮ ତାରିଖ ପର୍ୟ୍ୟନ୍ତ ସ୍ଥାନ ଗୁଡିକରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ସକାଳ ୮ ଘଣ୍ଟାରୁ ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.