ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଆନନ୍ଦ ନିକେତନ ଖୁଜେନପାଲି, ବଲାଙ୍ଗିର ଠାରେ ଆବାସୀକ ଛାତ୍ର ମାନଙ୍କୁ ନେଇ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସଂପାଦକ ସ୍ୱାମୀ ସତ୍ୟ ବେଦାନନ୍ଦ ସରସ୍ୱତୀ, ସମ୍ମାନିତ ଅତିଥି ସହପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ପାଣିଗ୍ରାହୀ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ମାର୍ଗରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ମତବ୍ୟକ୍ତ ଦେଇଥିଲେ । ବିଦ୍ୟା ମନ୍ଦିରର ଛାତ୍ର ଦେବେଶ ସାହୁ ସଭା ପରି·ଳନା କରିଥିବା ବେଳେ ଛାତ୍ର ଶିବ ଚରଣ ପାଣିଗ୍ରାହୀ, ଓମ୍‌ ପ୍ରକାଶ ସାହୁ, ଶୁଭ୍ରାଂଶୁ ଶେଖର ତାଣ୍ଡି, ଆଶିଷ ନାଗ, ସ୍ୱାଧିନ ମିଶ୍ର ଓ ଆଲୋକ ରଂଜନ ସାହୁ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଶେଷରେ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ସଂଜୟ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.