
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନିକଟସ୍ଥ ପୁଇଁନ୍ତଲା ବ୍ଲକର ଖମାରମୁଣ୍ଡା ଗାଁରେ ସମ୍ପର୍କୀୟଙ୍କ ଦ୍ୱାରା ଚେୟାରରେ ବୁହାହୋଇ ଭୋଟ ଦେବାକୁ ଆସିଛନ୍ତି ଜଣେ ଭିନ୍ନକ୍ଷମ ବୃଦ୍ଧା । ଏହି ବୃଦ୍ଧା ଜଣକ ହେଉଛନ୍ତି ଖମାରମୁଣ୍ଡା ଗାଁର ଉତ୍ତରା କାଣ୍ଡ । ତେବେ ଭୋଟଦାନ କେନ୍ଦ୍ରରେ ଭିନ୍ନକ୍ଷମ ମାନଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା ନଥିବାରୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।