ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇ
ଜଳେଶ୍ୱର : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ଵର ସିଭିଲ ସପ୍ଲାଏ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି । ସୂଚନାନୁଯାୟୀ, ଏହି ଚଢାଉରେ ୫ଟି ଟିମ୍ରେ ୩୫ ଜଣ ଅଧିକାରୀ ସାମିଲ ଅଛନ୍ତି । ଜନାର୍ଦ୍ଦନଙ୍କ ଜଳେଶ୍ୱର ନୂଆବଜାର ଠାରେ ଥିବା ତାଙ୍କ ବାସଭବନ, ଗୋଦାମ ଘର, ଶ୍ଵଶୁର ଘର, ନୂଆବଜାର ଅଫିସ ଘର, ୬୦ନମ୍ଵର ଜାତୀୟ ରାଜପଥରେ ଥିବା ଚନ୍ଦନ ହୋଟେଲ ଏବଂ ବ୍ରହ୍ମପୁର ଛତ୍ରପୁର ଠାରେ ଥିବା ତାଙ୍କ ପୈତୃକ ଘରେ ରେଡ୍ ଚାଲିଛି । ଏହି ଚଢାଉରେ ୪ଜଣ ଡିଏସପି, ୫ଜଣ ଇନିସପେକ୍ଟର ଓ ଅନ୍ୟ ଅଫିସରମାନେ ସାମିଲ ଅଛନ୍ତି । ରେଡ୍ ବେଳେ ବହୁ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ଜବତ ହୋଇଛି ।