om academy

ଭିଜିଲାନ୍ସ ଜାଲରେ ପଡିଲେ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ଭିଜିଲାନ୍ସ ଜାଲରେ ପଡିଛନ୍ତି ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଘନଶ୍ୟାମ ସାହୁ । ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି ସହ ସମ୍ପାଦକ ଘନଶ୍ୟାମ ସାହୁଙ୍କ କଳଙ୍ଗାପାଲି ସ୍ଥିତ ବାସଭବନ ଏବଂ ଗାଇସିଲେଟ କାର୍ଯ୍ୟାଳୟରେ ଏକା ସାଙ୍ଗରେ ଭିଜିଲାନ୍ସ ଚଢ଼ାଉ କରିଛି । ତେବେ ବର୍ତ୍ତମାନ ଯାଏଁ ନଗଦ ୧,୬୬,୦୦୦ ଟଙ୍କା, ଗୋଟିଏ ଚାରି ଚକିଆ ଗାଡି ଓ ଗୋଟିଏ ବାଇକ ଜବତ କରାଯାଇଥିବା ବେଳେ ଜମିବାଡ଼ି ଓ ଗହଣାର ମୂଲ୍ୟ ଆକଳନ ଚାଲିଥିବା ଜଣାପଡ଼ିଛି । ଏହି ଚଢ଼ଉରେ ଜଣେ ଭିଜିଲାନ୍ସ ଡ଼ିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଦୁଇଟି ଦଳ ନିୟୋଜିତ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.