ପୁଇଁନ୍ତଲା ବ୍ଳକର ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ମହାନ୍ତି ପଡିଲେ ଭିଜିଲାନ୍ସ ଜାଲରେ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଳକର ବରିଷ୍ଠ କିରାଣୀ ରବୀନ୍ଦ୍ର କୁମାର ମହାନ୍ତି ପଡିଛନ୍ତି ଭିଜିଲାନ୍ସ ଜାଲରେ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆଜି ସକାଳୁ ବରିଷ୍ଠ କିରାଣୀ ଶ୍ରୀ ମହାନ୍ତିଙ୍କ ବଲାଙ୍ଗିର ସହର ସାଗରପଡା ବାସଭବନ, ଗୁଡଭେଲା ବ୍ଳକର ଡାହିମାଲ ଗ୍ରାମ ସ୍ଥିତ ବାସଭବନ ଓ ପୁଇଁନ୍ତଲା ବ୍ଳକ ଅଫିସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିବା ସୂଚନା ମଳିଛି । ତେବେ ଏଥିରେ ବଲାଙ୍ଗିର ଓ ସମ୍ବଲପୁର ଭିଜିଲାନ୍ସ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି ।

Leave A Reply

Your email address will not be published.

error: Content is protected !!