ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୁରିବାହଲ ଏବିଇଓ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଏବିଇଓ ଦେବରାଜ ଦାସ ଆଜି ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି । ଏବିଇଓ ଜଣେ ଶିକ୍ଷକଙ୍କଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଏବିଇଓ ଦାଶ ଚାଉଳକୁକୁଡ଼ା ଗ୍ରାମର ଶିକ୍ଷକ ବୈବୃତ ସାହୁଙ୍କଠାରୁ ସେ ୫ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଲାଞ୍ଚ ନେବାବେଳେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ୍ ଏବିଡିଓ ଦାସଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଥିବା ସୂଚନା ମିଳିଛି । ତେବେ ବିଇଓ ପଦବୀ ପାଇଁ ନିକଟରେ ପ୍ରମୋସନ୍ ପାଇଥିବା ଗିରଫ ଏବିଇଓ ଶ୍ରୀ ଦାସ ଏବେ ଭିଜିଲାନ୍ସ ଜାଲରେ ପଡ଼ିଥିବା ବେଳେ ଶିକ୍ଷକ ଜଗତରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.