oum

ପେକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

jsm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ଜିଲ୍ଲା ବରପାଲି ଠାରେ ପୁଣି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ପେକ୍ସ ସେକ୍ରେଟାରୀ ଗୌର ବୁଦ୍ଧିଆଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ସମ୍ବଲପୁର ଭିଜିଲାନ୍ସ ଏସ୍ପି ସାରା ଶର୍ମାଙ୍କ ନିର୍ଦେ୍ଦଶ କ୍ରମେ ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମର ଚଢ଼ାଉ କରାଯାଇଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ ଓ ସମ୍ବଲପୁର ଭିଜିଲାନ୍ସ ଟିମର ମିଳିତ ଉଦ୍ୟମରେ କୁମ୍ଭାରୀ ପେକ୍ସର ନିଲମ୍ବିତ ସେକ୍ରେଟାରୀ ଗୌର ବୁଦ୍ଧିଆଙ୍କ ବାସ ଭବନରେ ଚଢ଼ାଉ ଜାରି ରହିଥିବା ବରଗଡ଼ ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ମୁଁ କୌଣସି ଦୁର୍ନୀତିରେ ସାମିଲ ନାହିଁ କିମ୍ବା ମୋ ପାଖରେ କୌଣସି ଆୟ ବହିର୍ଭୁତ ସମ୍ପତ୍ତି ନାହିଁ ବୋଲି ପେକ୍ସ ସେକ୍ରେଟାରୀ ଗୌର ବୁଦ୍ଧିଆ କହିଛନ୍ତି । ତାଙ୍କର କେବଳ କୁମ୍ଭାରୀ ସ୍ଥିତ ବାସଭବନରେ ଚଢ଼ାଉ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ଜଣାପଡ଼ିନାହିଁ । ତେବେ ବରଗଡ ଜିଲ୍ଲାରେ କିଛି ଦିନ ପୂର୍ବରୁ ମଧ୍ୟ ଏକ ସରକାରୀ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଲାଞ୍ଚ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ଅସାଧୁ କର୍ମଚାରୀ ମାଲେମାଲ ହେଉଛନ୍ତି ସତ ହେଲେ ନିରୀହ ସାଧାରଣ ଗରିବ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.