oom

ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡା

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୟୂରଭଞ୍ଜ ଜିଲ୍ଲା ଉଦଳାଠାରେ ଆରଡବ୍ଲ୍ୟୁଏସ୍ଏସ୍‌ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ୮ଟି ଠିକଣାରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ, ଜଣେ ଆଡିସନାଲ ଏସପି, ୮ ଜଣ ଡେପୁଟି ଏସ୍‌ପି, ୫ ଜଣ ଇନସ୍‌ପେକ୍ଟର, ଜଣେ ସବଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ଗଠିତ ବିଭିନ୍ନ ଟିମ୍ ଏହି ୪ ସ୍ଥାନରେ ଛାନଭିନ୍ କରୁଥିବା ଜଣାପଡିଛି । ଭୁବନେଶ୍ୱର, କେନ୍ଦ୍ରାପଡା, ଉଦଳାର ମୋଟ ୮ଟି ସ୍ଥାନରେ ତନଖି ଚାଲିଛି । ରବିନାରାୟଣଙ୍କର ଠିକଣା ଆଇଗିଣିଆ ସ୍ଥିତ ଏକ ତିନି ମହଲା ବିଶିଷ୍ଟ କୋଠା, ପାତ୍ରପଡା ସ୍ଥିତ ଟାଓ୍ୱାର ବ୍ଲୁ-ହିଲ୍‌ର ଏକ ଫ୍ଲାଟ, ଖଣ୍ଡଗିରି ସପିଂ ପ୍ଲାଜା ସ୍ଥିତ ୨ଟି ଦୋକାନ, ନୟାପଲ୍ଲୀ ସ୍ଥିତ ତ୍ରିବେଣୀ ଅଟୋଟେକ୍ ପ୍ରା. ଲିମିଟେଡ୍, କେନ୍ଦ୍ରାପଡା ଜିଲ୍ଲା ଦାନପୁର ସ୍ଥିତ ପୈତୃକ ଘର, ଓଷ୍ଟାପୁର କାନସରା ସ୍ଥିତ ସମ୍ପର୍କୀୟଙ୍କ ଘର, ମୟୂରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପହଞ୍ଚି ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ କରୁଛି ।

jittmm
Leave A Reply

Your email address will not be published.