ସୁନ୍ଦରଗଡ଼ ଡ଼ିଟିସିସିର ଜିଲ୍ଲା ପରିଚାଳକ ଧରାପଡ଼ିଲେ ଭିଜିଲାନ୍ସ ଜାଲରେ : କାର ଭିତରୁ ୧୯ ଲକ୍ଷ ଟଙ୍କା ହେଲା ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା (ଡ଼ିଟିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ଧରାପଡ଼ିଲେ ଭିଜିଲାନ୍ସ ଜାଲରେ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଭସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶଙ୍କୁ ଭିଜିଲାନ୍ସ ବିଭାଗ ଧରିଥିବା ଜଣାପଡ଼ିଛି । ଚଢ଼ାଉ ବେଳେ ତାଙ୍କ କାରରୁ ୧୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ।ସୂଚନା ଅନୁସାରେ ସୁନ୍ଦରଗଡ଼ ଭିଜିଲାନ୍ସ କାର୍ୟ୍ୟାଳୟରେ ତାଙ୍କୁ ପଚରାଉଚରା ଜାରି ରହିଛି ।

Leave A Reply

Your email address will not be published.