jayashree

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ଅଙ୍ଗନବାଡି ସୁପରଭାଇଜର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଅଙ୍ଗନବାଡ଼ି ସୁପରଭାଇଜର କୁନି ନାଏକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାଯାଇଛି । ଆଗଲପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ କାର୍ଯ୍ୟରତ ୬ ଜଣ ଅଙ୍ଗନବାଡି କର୍ମୀଙ୍କ ବକେୟା ଟଙ୍କା ଅନୁମୋଦନ ପାଇଁ ସୁପର ଭାଇଜର ଶ୍ରୀମତୀ ନାଏକ ସେମାନଙ୍କ ଠାରୁ ୧୯ ହଜାର ୮ ଶହ ଟଙ୍କା ଉତ୍କୋଚ ଦାବୀ କରିଥିଲେ । ଫଳରେ ସମ୍ପୃକ୍ତ ୬ ଜଣ ଅଙ୍ଗନବାଡି କର୍ମୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଜି ଆଗଲପୁର ଆଇସିଡିଏସ୍‌ କାର୍ଯ୍ୟାଳୟରେ ସେ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଉଭୟ ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ । ପରେ ଭିଜିଲାନ୍ସ ଟିମ ସମ୍ପୃକ୍ତ ସୁପର ଭାଇଜରଙ୍କ ଲୋଇସିଂହା ଥାନା ମଣ୍ଡିଆପଦର ଗ୍ରାମ ସ୍ଥିତ ବାସଗୃହରେ ମଧ୍ୟ ଚଢ଼ାଉ କରିଥିବା ଜଣାଯାଇଛି । ଅଧିକ ପଚରା ଉଚୁରା ପାଇଁ ଭିଜିଲାନ୍ସ ବିଭାଗ ତାଙ୍କୁ ବଲାଙ୍ଗିର ଆଣିଥିବା ଜଣାଯାଇଛି । ଆସନ୍ତାକାଲି ସମ୍ପୃକ୍ତ ସୁପର ଭାଇଜରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.