ସୁନ୍ଦରଗଡ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ସୁନ୍ଦରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ କରିଥିବା ଜଣାପଡିଛି । ସୁନ୍ଦରଗଡ଼ ଅଫିସ ସମେତ ୫ଟି ସ୍ଥାନରେ ଏକକାଳୀନ ରେଡ ଚାଲିଥିବା ସୂଚନା ରହିଛି । ସୂଚନା ମୁତାବକ, ସୁନ୍ଦରଗଡ ନିୟନ୍ତ୍ରିତ ବଜାର ପରିଷଦ ସମ୍ପାଦକ ବନମାଳୀ ନାଏକଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିବା ପରେ ସୁନ୍ଦରଗଡ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ସୁନ୍ଦରଗଡସ୍ଥିତ ଅଫିସ, ସୁନ୍ଦରଗଡ ତଳଶଙ୍କରା ମୌଜାରେ ଦୁଇଟି ୩ ମହଲା ବିଶିଷ୍ଟ ଘର, ସୁନ୍ଦରଗଡ କିଞ୍ଜିରିକେଲା ଥାନା ଅନ୍ତର୍ଗତ କୁକୁରିଡିହିସ୍ଥିତ ପୈତୃକ ଘର, ଲେଫ୍ରିପଡା ସରେଇକେଲାସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସର ଚଢାଉ ଜାରି ରହିଛି । ଏହି ଚଢ଼ାଉରେ ଭିଜିଲାନ୍ସ ଟିମ୍‌ର ୫ ଜଣ ଡିଏସ୍‌ପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସ୍ ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିବା ଜଣାପଡିଛି । ଚଢ଼ାଉ ବେଳେ ବହୁ ଗୁରୁତପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଛି । ତେବେ ଚଢ଼ାଉ ଚାଲିଥିବାରୁ ସମ୍ପତ୍ତି ସମ୍ପର୍କରେ ତଥ୍ୟ ମିଳିନାହିଁ ।

Leave A Reply

Your email address will not be published.