ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲ ଡିଭିଜନ ଅନ୍ତର୍ଗତ କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରା ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଅଧିକାରୀ ମିଳିତ ଚଢ଼ାଉ କରିଥିବା ଜଣାପଡିଛି । କ.ନୂଆଗାଁ ଜଙ୍ଗଲ ବିଭାଗ ରେଞ୍ଜ ଅଫିସର ବୈରାଗୀ ଚରଣ ବେହେରାଙ୍କ କ.ନୂଆଗାଁ କାର୍ଯ୍ୟାଳୟ, ଭଞ୍ଜନଗର, ବୌଦ୍ଧ, ଘର ସମେତ ଅନେକ ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଚାଲିଛି । ରେଞ୍ଜର ବେହେରାଙ୍କ ବିରୁଦ୍ଧରେ ଦୁର୍ନୀତି ଓ ସରକାରୀ ଅର୍ଥ ତୋଷରପାତ ନେଇ ବହୁ ଅଭିଯୋଗ ରହିଥିଲା ଫଳରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ ଆରମ୍ଭ କରିଛି । ଭିଜିଲାନ୍ସ ଅଧିକାରୀମାନେ ବ୍ୟାଙ୍କ ପାସ୍ ବୁକ, ଜରୁରୀ କାଗଜ ପତ୍ର, ପ୍ରଭୁତି ଜବତ କରିଛନ୍ତି । ତେବେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀମାନେ ସୂଚନା ଦେଇଛନ୍ତି ।