୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଆଇସିଡିଏସ୍‌ ସୁପରଭାଇଜର

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ । ଚଢାଉ ବେଳେ ଘରୁ ୨ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁଟ୍ରୃଖମାର ସେକ୍ଟର ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭବାନୀପାଟଣା ବ୍ଲକ କୁରୁମାଚୁଆଁର ଅଙ୍ଗନବାଡି କର୍ମୀ ସୀମନ୍ତିନୀ ନାଏକଙ୍କଠାରୁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଅଣ୍ଡା ଓ ପନିପରିବାର ବିଲ୍‌ ପାସ୍‌ ପାଇଁ ପିସି ବାବଦକୁ ୧୦ହଜାର ଟଙ୍କା ଦାବି କରିଥିଲେ । ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସର ନୂଆପଡା ଡିଭିଜନ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ମଙ୍ଗଳବାର ତାଙ୍କ ଭବାନୀପାଟଣା ଭଡା ଘରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନୂଆପଡା ଭିଜିଲାନ୍ସ ଡିଭିଜନ ଟିମ୍‌ ଯୋଜନା ମୁତାବକ ତାଙ୍କୁ ଧରିଛନ୍ତି ।

Leave A Reply

Your email address will not be published.